ଶ୍ରୀଜିଉଙ୍କ ରତ୍ନଭଣ୍ଡାର ଖୋଲିବାକୁ ଦାବି ରଖିଛନ୍ତି ମୁଖ୍ୟ ବାଡଗ୍ରାହୀ

ପୁରୀ: ମହାପ୍ରଭୂଙ୍କ ରତ୍ନଭଣ୍ଡାର ଖୋଲିବାକୁ ଦାବି କରିଛନ୍ତି ମୁଖ୍ୟ ବାଡଗ୍ରାହୀ ଜଗନ୍ନାଥ ସ୍ବାଇଁ ମହାପାତ୍ର। ଜଗନ୍ନାଥ ସ୍ବାଇଁ ମହାପାତ୍ର ରତ୍ନ ଭଣ୍ଡାର ଖୋଲିବାକୁ ସମର୍ଥନ କରନ୍ତି ବୋଲି କହିଛନ୍ତି। ଏହାଛଡ଼ା ରତ୍ନ ଭଣ୍ଡାରରେ ଥିବା ଅଳଙ୍କାର ପ୍ରଭୂ ବ୍ୟବହାର କରନ୍ତୁ ଏବଂ ତାଙ୍କ ପାଇଁ ନୂଆ ଅଳଙ୍କାର ତିଆରି କରିବାକୁ ମୁଖ୍ୟ ବାଡଗ୍ରାହୀ ଦାବି କରିଛନ୍ତି।

କାରଣ ପ୍ରଭୂ ପିନ୍ଧୁଥିବା ମାଳି, ମୁକୁଟ ଆଦି ବହୁ ଅଳଙ୍କାର ପୁରୁଣା ହୋଇଗଲାଣି। ନୂଆ ଅଳଙ୍କାର ପ୍ରସ୍ତୁତ କରିବା ପାଇଁ ସେ ସରକାର ଓ ପ୍ରଶାସନକୁ ଅନୁରୋଧ କରିଛନ୍ତି। ମହାପ୍ରଭୂଙ୍କ ରତ୍ନଭଣ୍ଡାରରେ ଥିବା ଅଳଙ୍କାର ପ୍ରଭୂଙ୍କ ବ୍ୟବହାରକୁ ଅଣାଯାଏ ବୋଲି ସେ ଗଣମାଧ୍ୟମ ସାମ୍ନାରେ କହିଛନ୍ତି।

୨୦୨୧ ସାଧାରଣ ନିର୍ବାଚନ ପୂର୍ବରୁ ଜଗନ୍ନାଥଙ୍କ ମୁଖ୍ୟ ବାଡଗ୍ରାହୀ ଜଗନ୍ନାଥ ସ୍ୱାଇଁ ମହାପାତ୍ରଙ୍କୁ ପଶ୍ଚିମବଙ୍ଗ ଯାଇ ପୂଜାର୍ଚ୍ଚନା କରିବାକୁ ନିମନ୍ତ୍ରଣ କରିଥିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା । ଏହାପରେ ଫଳାଫଳା ଆସିଥିଲା ଏବଂ ସେ ବିଜୟୀ ହୋଇଥିଲେ । ବିଜୟ ପରେ ମଧ୍ୟ ପଶ୍ଚିମବଙ୍ଗ ଯିବା ପାଇଁ ନିମନ୍ତ୍ରଣ କରିଥିଲେ ମମତା । କିନ୍ତୁ ଏବେ ରଥଯାତ୍ରା ଥିବାରୁ ସେ ମହାହବିଷ ପାଳନ କରୁଛନ୍ତି ଏବଂ ରଥଯାତ୍ରା ପରେ ସେ ପଶ୍ଚିମବଙ୍ଗ ଯିବେ ବୋଲି ମମତା ବାନାର୍ଜୀଙ୍କୁ କହିଥିବା କହିଛନ୍ତି ଜଗନ୍ନାଥ ସ୍ୱାଇଁ ମହାପାତ୍ର ।

ସମ୍ବନ୍ଧିତ ଖବର