ଏପ୍ରିଲ୍ ୪ରୁ ପ୍ରତି ରବିବାର ଭକ୍ତଙ୍କ ପାଇଁ ବନ୍ଦ ରହିବ ଶ୍ରୀମନ୍ଦିର, କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ନିଷ୍ପତ୍ତି ନେଲା ମନ୍ଦିର ପ୍ରଶାସନ

ପୁରୀ: ଏଣିକି ରବିବାର ବନ୍ଦ ରହିବ ଶ୍ରୀମନ୍ଦିର ଦର୍ଶନ । କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ବନ୍ଦ ନିଷ୍ପତ୍ତି ନେଇଛି ମନ୍ଦିର ପ୍ରଶାସନ । ଆସନ୍ତା ଏପ୍ରିଲ ୪ତାରିଖଠାରୁ ପ୍ରତି ରବିବାର ଭକ୍ତଙ୍କ ପାଇଁ ଦର୍ଶନ ବନ୍ଦ ରହିବ ବୋଲି ସୂଚନା ମିଳିଛି । ଏ ନେଇ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର ।

ଗତ ବର୍ଷ କରୋନା ଆରମ୍ଭରୁ ମନ୍ଦିରକୁ ବନ୍ଦ କରାଯାଇଥିଲା । ସଂକ୍ରମଣକୁ ନିୟନ୍ତ୍ରଣ କରିବା ପାଇଁ ସରକାର ମନ୍ଦିରକୁ ଶ୍ରଦ୍ଧାଳୁଙ୍କ ପ୍ରବେଶ ଉପରେ ରୋକ ଲଗାଇଥିଲେ। ଦୀର୍ଘଦିନ ଧରି ମନ୍ଦିରକୁ ବନ୍ଦ ରଖାଯିବା ସହ ୯ମାସ ପରେ ଡିସେମ୍ବର ୨୩ରେ ଶ୍ରୀମନ୍ଦିରକୁ ଭକ୍ତଙ୍କ ଦର୍ଶନ ପାଇଁ ଖୋଲାଯାଇଥିଲା ।

କରୋନା ସଂକ୍ରମଣ କମିବା ପରେ ପ୍ରତିଦିନ ଦର୍ଶନ ବ୍ୟବସ୍ଥା ହୋଇଥିଲା । ହେଲେ ଏବେ ପୁଣି ରାଜ୍ୟ ସମେତ ଦେଶରେ କରୋନା ସଂକ୍ରମଣ ବଢ଼ୁଥିବାରୁ ମନ୍ଦିର ପ୍ରଶାସନ ଆସନ୍ତା ରବିବାରଠାରୁ ଶ୍ରୀମନ୍ଦିର ଦର୍ଶନ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛନ୍ତି।

ସମ୍ବନ୍ଧିତ ଖବର