ଖୋର୍ଦ୍ଧାରେ ଶୌର୍ଯ୍ୟ ଜାଗରଣ ଯାତ୍ରା

ଖୋର୍ଦ୍ଧା: ବିଶ୍ବ ହିନ୍ଦୁ ପରିଷଦ ପକ୍ଷରୁ ଅଯୋଧ୍ୟାରେ ଭବ୍ୟ ଶ୍ରୀରାମ ମନ୍ଦିରର ଉଦଘାଟନ ଅବସରରେ ହିନ୍ଦୁଙ୍କୁ ଏକଯୁଟ କରିବା ନେଇ ଆରମ୍ଭ ହୋଇଥିବା ଶୌର୍ଯ୍ୟ ଜାଗରଣ ଯାତ୍ରା ଆଜି ଶନିବାର ଖୋର୍ଦ୍ଧାରେ ପହଞ୍ଚି ଗୁରୁଜଙ୍ଗ, ଖୋର୍ଦ୍ଧା ସହର ପରିକ୍ରମା କରିଛି। ଆଜି ଶନିବାର ପୂର୍ବାହ୍ନରେ ଶୌର୍ଯ୍ୟ ରଥ ପୁରୀ ବ୍ରହ୍ମଗିରିରୁ ଆସି ଖୋର୍ଦ୍ଧାରେ ପହଞ୍ଚିବା ପରେ ସ୍ଥାନୀୟ ବିଶ୍ବ ହିନ୍ଦୁ ପରିଷଦ, ବଜରଙ୍ଗଦଳ ଓ ଅନ୍ୟ ହିନ୍ଦୁ ସଂଗଠନ ପକ୍ଷରୁ ବିପୁଳ ସ୍ବାଗତ କରାଯାଇଥିଲା। ରଥକୁ ପ୍ରଥମେ ଜରିପୁଟ ମହାବୀର ମନ୍ଦିରରେ ପୂଜାର୍ଚ୍ଚନା କରାଯାଇଥିଲା। ସେଠାରୁ ଏକ ଶୋଭାଯାତ୍ରାରେ ରଥକୁ ଆଣି ଗୁରୁଜଙ୍ଗ ମହାବୀର ମନ୍ଦିର ଠାରେ ପହଞ୍ଚି ଥିଲେ। ଗୁରୁଜଙ୍ଗ ମହାବୀର ମନ୍ଦିରରୁ ରଥ ବାହାରି ଗୁରୁଜଙ୍ଗ ଓ ଖୋର୍ଦ୍ଧା ସହର ପରିକ୍ରମା କରିବା ପରେ ତରାବୋଇ, ତିରିମଲ୍ଲ ଦେଇ ଜଟଣୀ ପହଞ୍ଚିଥିଲା।

ଏହି କାର୍ଯ୍ୟକ୍ରମରେ ବିଶ୍ବହିନ୍ଦୁ ପରିଷଦର ପ୍ରଖଣ୍ଡ ସମ୍ପାଦକ ଗୋପବନ୍ଧୁ ସାହୁ, ଜିଲ୍ଲା ସଂଯୋଜକ ବିଶ୍ବଜିତ ଚମ୍ପତ୍ତି, କାର୍ଯ୍ୟକ୍ରମ ସଂଯୋଜକ ବ୍ରଜ କିଶୋର ସାହୁ, ଜିଲ୍ଲା ସମ୍ପାଦକ ପ୍ରଦୀପ କୁମାର ସ୍ବାଇଁ, ଜିଲ୍ଲା ସଂଯୋଜକ ଅଜିତ ସିଂହ, ଉପସଭାପତି ନରେନ୍ଦ୍ର ସାହୁ ପ୍ରମୁଖଙ୍କ ସହ ବିଶ୍ବହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳର ଶତାଧିକ ସ୍ଥାନୀୟ ସଦସ୍ୟ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର