ପାରାଦୀପରେ ଗଂଜାମ ଏରାଗୁଲା ଗ୍ୟାଙ୍ଗ: ୫ କୁଖ୍ୟାତ ଡକାୟତ ଗିରଫ

ପାରାଦୀପ : ପାରାଦୀପ ଅଞ୍ଚଳରେ ଲୁଟ୍‌ପାଟ ଚଳାଇଥିବା ଗଂଜାମ ଅଞ୍ଚଳର ଏକ ଏରାଗୁଲା ଗ୍ୟାଙ୍ଗର ୫ ଜଣଙ୍କୁ ଗିରଫ କରିଛି ପୁଲିସ। ସେମାନଙ୍କଠାରୁ ମାରଣାସ୍ତ୍ର ଜବତ କରାଯାଇଛି। ଗିରଫ ଅଭିଯୁକ୍ତ ହେଉଛନ୍ତି ଗଂଜାମ ଜିଲ୍ଲା ଆସ୍କା ଥାନା ନୂଆସାହାପୁର ଗ୍ରାମର ଆଉଲ ରାମୁ(୩୦), ମାଇକେଲ କାଲି(୨୬), ଆଉଲ ସୋମ(୨୨), ଯାଜପୁର ପୂର୍ବାକୋଟର ରାଣା ପ୍ରଧାନ(୨୫) ଓ ଗଂଜାମ ଧରାକୋଟ ଥାନା ଶ୍ରଦ୍ଧାପୁର ଗ୍ରାମର ନିରଂଜନ ଗୌଡ଼(୨୬)। ରାଜ୍ୟର ବିଭିନ୍ନ ଅଞ୍ଚଳରେ ଲୁଟ୍‌ ଓ ଛିନତାଇରେ ସଂପୃକ୍ତ କୁଖ୍ୟାତ୍‌ ଏରାଗୁଲା ଗ୍ୟାଙ୍ଗ୍‌ର ଏମାନେ ହେଉଛନ୍ତି ସଦସ୍ୟ। ଏହି ଅଭିଯୁକ୍ତମାନେ କିଛି ଦିନ ତଳେ ବ୍ୟାଙ୍କ୍‌ରୁ ଟଙ୍କା ଉଠାଇ ବସ୍‌୍‌ଷ୍ଟାଣ୍ଡକୁ ଆସୁଥିବା ସମୟରେ ଚନ୍ଦ୍ରମଣି ସ୍ୱାଇଁଙ୍କ ଠାରୁ ହୋଇଥିବା ତିନି ଲକ୍ଷ ଲୁଟ୍‌ ଘଟଣାରେ ସଂପୃକ୍ତ ଥିଲେ ବୋଲି ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ବିଷ୍ଣୁ ଚରଣ ମିଶ୍ର ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର