ଦୁର୍ଘଟଣାରେ ୫ ଗୁରୁତର

ଗୋପାଳପୁର: କଟକ-ପାରାଦୀପ ରାସ୍ତାର ମାଣପୁରଠାରେ ଏକ ବସ ଧକ୍କାରେ ବିରିଡିଥାନା ମାଣପୁର ଗ୍ରାମର ଗନ୍ଧର୍ବ ସ୍ବାଇଁଙ୍କ ପତ୍ନୀ ହେମଲତା ସ୍ବାଇଁ(୬୫) ଗୁରୁତର ହୋଇଛନ୍ତି। ଚିକିତ୍ସାପାଇଁ ତାଙ୍କୁ ପ୍ରଥମେ ରଘୁନାଥପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର  ଓ ପରେ କଟକ ବଡ଼ ଡାକ୍ତରଖା‌ନାକୁ ପଠାଯାଇଛି। ସେହିପରି ଗତକାଲି ରାତି ୧୦ଟା ସମୟରେ ରଘୁନାଥପୁର ଥାନା ଚିକିଣିଆ ଗ୍ରାମର ଭାସ୍କର ମହାରଣା(୪୦) ବାଇକ ଯୋଗେ ପାରାଦୀପ  ଯାଉଥିବା ବେଳେ ଖଣ୍ତତରୀ ଛକଠାରେ ଷଣ୍ଢ ସହିତ ଧକ୍କା ହେବାରୁ ଗୁରୁତର ଆହତ ହୋଇଥିଲେ। ଚିକିତ୍ସା ପାଇଁ ତାଙ୍କୁ କଟକ ବଡ ମେଡିକାଲକୁ ପଠାଇ ଦିଆଯାଇଛି। ଗତକାଲି ରାତି ୧୨ଟା ସମୟରେ କମରପଦା ଛକଠାରେ ବାଇକ ସହିତ ଏକ ଷଣ୍ଢ ଧକ୍କା ଲାଗିବା ଫଳରେ କିଶୋରନଗର ଥାନା ବାଲିସୁକ୍ରୀ ଗ୍ରାମର ବିଭୂତିଭୂଷଣ ସି˚(୪୨) ଓ ବୋଧପୁର ଗ୍ରାମର ପ୍ରଶାନ୍ତ ଦାସ(୩୫) ଗୁରୁତର ଆହତ ହୋଇଥିଲେ। ସେ ଦୁହେଁ ଶଳା-ଭିଣୋଇ ବୋଲି ଜଣାପଡ଼ିଛି। ଆଜି ସକାଳ ୬ଟା ବେଳେ ତିର୍ତୋଲର ଶାରଦା ପ୍ରସନ୍ନ ରାଉଳ(୫୦) ବାଇକ୍‌ ଯାଗେ ଧବଳେଶ୍ବର ପୀଠକୁ ଯାଉଥିବା ବେଳେ ଏକ ବୋଲେରୋ ସହ ଦୁର୍ଘଟଣା ଘଟିଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ କଟକ ବଡ ମେଡିକାଲକୁ ପଠାଇ ଦିଆଯାଇଥିଲା।

ସମ୍ବନ୍ଧିତ ଖବର