ମାଛଧରା ବନ୍ଦରରେ ବୁଡ଼ିଗଲା ଟ୍ରଲର: ୭ ମତ୍ସ୍ୟଜୀବୀ ଉଦ୍ଧାର

ଜଗତସିଂହପୁର: ଗତକାଲି ବିଳମ୍ବିତ ରାତ୍ରିରେ ପାରାଦୀପରେ ଦୂର ସମୁଦ୍ର ଭିତରେ ଏକ ମାଛଧରା ଟ୍ରଲର ଦୁର୍ଘଟଣାର ଶିକାର ହୋଇଥିବା ଜଣାପଡ଼ିଛି। ଟ୍ରଲରଟିର ଇଞ୍ଜିନ୍ ଖରାପ ହେବାରୁ ତାହା ଚାଲି ପାରିନଥିଲଲା ଓ ସେଥିରେ ପାଣି ପଶିଯାଇଥିଲା।

ଟ୍ରଲରଟି ନିଜର ଭାରସ୍ୟାମ ହରାଇ ବୁଡିଯିବାରୁ ସେଥିରେ ଥିବା ୭ ଜଣ ମସ୍ଥ୍ୟଜୀବୀ ସମୁଦ୍ର ଭିତରେ ବୁଡ଼ି ଯାଉଥିବା ବେଳେ ପାଖରେ ଥିବା ଆଉ ଏକ ଟ୍ରଲର ସେମାନଙ୍କୁ ଉଦ୍ଧାର କରିବାରେ ସଫଳ ହୋଇଥିଲା। ଟ୍ରଲରଟିର ନାମ ବଟ ମହାପୁଋଷ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର