ତହସିଲଦାରଙ୍କ ବିରୋଧରେ ଓକିଲଙ୍କ ଆନ୍ଦୋଳନ:କୁଜଙ୍ଗ ତହସିଲ, କୋର୍ଟ, ରେଜିଷ୍ଟ୍ରୀ କାର୍ଯ୍ୟାଳୟ ବନ୍ଦ୍

କାଠ ଏବଂ ସ୍କ୍ରାପ୍ ଚୋରା ଚାଲାଣ!

କୁଜଙ୍ଗ,: କୁଜଙ୍ଗ ତହସିଲ କାର୍ଯ୍ୟାଳୟରେ ଗଚ୍ଛିତ ଥିବା ପୁରାତନ କାଠ ଏବଂ ଭଙ୍ଗାଲୁହାକୁ ଗତକାଲି ବିଳମ୍ବିତ ରାତିରେ କେତେଜଣ ସନ୍ଦୀଗ୍ଧ ବ୍ୟକ୍ତି ତହସିଲ କାର୍ଯ୍ୟାଳୟରୁ ନେବାକୁ ଉଦ୍ୟମ କରିବା ଏବଂ ଏଥିରେ ତହସିଲଦାରଙ୍କ ସମ୍ପୃକ୍ତି ଥିବା ଅଭିଯୋଗ କରି କୁଜଙ୍ଗ ଓକିଲ ସଂଘ ପକ୍ଷରୁ ଅାଜି ତହସିଲ ସମ୍ମୁଖରେ ଧାରଣା ଦିଅାଯାଇଛି। ଓକିଲମାନେ ତହସିଲ କାର୍ଯ୍ୟାଳୟ ସହିତ ଅଦାଲତ ଓ ରେଜିଷ୍ଟ୍ରୀ କାର୍ଯ୍ୟାଳୟକୁ ବନ୍ଦ ରଖିଥିଲେ। ତିର୍ତ୍ତୋଲ ଏସଡ଼ିପିଓ ଓ ଜଗତସିଂହପୁର ଉପ-ଜିଲ୍ଲାପାଳ ଅାନ୍ଦୋଳନସ୍ଥଳରେ ପହଞ୍ଚି ତହସିଲଦାରଙ୍କ ଅନ୍ୟତ୍ର ବଦଳି କରାଯାଇଛି ଓ ତାଙ୍କ ସ୍ଥାନରେ ଅତିରିକ୍ତ ତହସିଲଦାର ଦାୟିତ୍ୱରେ ରହିବେ ବୋଲି ପ୍ରତିଶ୍ରୁତି ପ୍ରଦାନ କରିବା ପରେ ଅାନ୍ଦୋଳନ ପତ୍ୟାହାର କରାଯଯାଇଛି।
ଅଭିଯୋଗ ମୁତାବକ, କୁଜଙ୍ଗ ଏକ୍ସପ୍ରେସ କଲୋନିର ପୂରାତନ ଗୃହ ଭଙ୍ଗାଯାଇ ସେତିରୁ ବାହାରିଥିବା କାଠ ଓ ଲୁହା ସ୍କ୍ରାପ୍‌କୁ ତହସିଲ ପକ୍ଷରୁ ସଂଗ୍ରହ କରାଯାଇ ତହସିଲ କାର୍ଯ୍ୟାଳୟ ମଧ୍ୟରେ ରଖାଯାଇଥିଲା। ଏହି ସମାଗ୍ରୀକୁ ନିଲାମ କରିବା ପାଇଁ ତହସିଲଦାରଙ୍କ ପକ୍ଷରୁ ତହସିଲ କାର୍ଯ୍ୟାଳୟରେ କିଛିଦିନ ପୂର୍ବରୁ ନୋଟିସ୍‌ ଲଗାଯାାଇଥିଲା। ତେବେ, ଗତକାଲି ରାତି ପ୍ରାୟ ୯ଟା ସମୟରେ କେତେଜଣ ଲୋକ ୨ଟି ପିକ୍ପ ଅପ୍‌ ଭ୍ୟାନରେ ଉକ୍ତ କାଠ ଏବଂ ଲୁହା ସ୍କ୍ରାପକୁ ଲଦୁଥିବା‌ ଖବର ପାଇ କୁଜଙ୍ଗ ଓକିଲ ସଂଘ ସଭାପତି ଏଏନ୍‌ଡି ଯାଦବ, ବରିଷ୍ଠ ଅାଇନଜୀବୀ ରମେଶଚନ୍ଦ୍ର ଦାସ, ସତ୍ୟାନନ୍ଦ ବିଶ୍ୱାଳ, ପାର୍ଥସାରଥି ମହାନ୍ତି ପ୍ରମୁଖ ଏହାର ପ୍ରତିବାଦ କରିଥିଲେ ଓ ବୋଝେଇ ରୋକିବାକୁ କହିଥିଲେ। ରାତି ଅଧରେ ବିନା ନିଲାମରେ ତହହସିଲଦାର କିପରି ଏହି ସାମ୍ରଗୀକୁ କେଉଁ ସ୍ବାର୍ଥରେ ବିକ୍ରି କରୁଛନ୍ତି ବୋଲି ଅଭିଯୋଗ କରି ସେମାନେ ତହସିଲ କାର୍ଯ୍ୟାଳୟର ମୁଖ୍ୟ ଫାଟକରେ ବସି ରହିଥିଲେ। ସେମାନେ ଘଟଣା ସମ୍ପର୍କରେ ସ୍ଥାନୀୟ ଥାନାରେ ଅଭିଯୋଗ ବି କରିଥି‌ଲେ। ସେହିପରି, ଅପରପକ୍ଷରୁ ମଧ୍ୟ ଏକ ପ୍ରତିଅଭିଯୋଗ ହୋଇଥିଲା। ଏହି ଘଟଣାରେ ତହସିଲଦାରଙ୍କ ସମ୍ପୃକ୍ତି ଅଭିଯୋଗ କରି ତାଙ୍କ ବଦଳି ଦାବି‌େର ଅାଜି ପୂର୍ବାହ୍ନ ୧୦ ଟାରେ କୁଜଙ୍ଗ ଓକିଲ ସଂଘ ସଭାପତି ଏଏନ୍‌ଡ଼ି ଯାଦବଙ୍କ ନେତୃତ୍ୱରେ ଅାଇନଜୀବୀମାନେ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ। ବାଲି ଉଠାଣରେ ମଧ୍ୟ ତହସିଲଦାର ବେଆଇନ ଭାବେ କାର୍ଯ୍ୟ କରୁଥିବାରୁ ତୁରନ୍ତ ତାଙ୍କୁ ବଦଳି କରିବାକୁ ସେମାନେ ଦାବି କରିଥିଲେ। ଓକିଲମାନେ ତହସିଲ କାର୍ଯ୍ୟାଳୟକୁ ବନ୍ଦ ରଖିବା ସହିତ ବିଚାରବିଭାଗୀୟ ଅଦାଲତ ଓ ଉପ-ନିବନ୍ଧକଙ୍କ କାର୍ଯ୍ୟାଳୟକୁ ବନ୍ଦ ରଖିଥିଲେ। ଅପରାହ୍ନ ତିନିଟା ସମୟରେ ତିର୍ତ୍ତୋଲ ଏସଡିପିଓ ଶିବଚରଣ ମଲ୍ଲିକ, ଜଗତସିଂହପୁର ଉପ-ଜିଲ୍ଲାପାଳ ମହେନ୍ଦ୍ର କୁମାର ମହାନ୍ତି ଧାରଣାସ୍ଥଳରେ ପହଞ୍ଚି ଓକିଲମାନଙ୍କ ସହ ଆଲେଶଚନା କରିଥିଲେ। ତହସିଲଦାର ରମେଶଚନ୍ଦ୍ର ପଣ୍ଡାଙ୍କର ଅନ୍ୟତ୍ର ବଦଳି ହୋଇ ଯାଇଥିବାରୁ ସେ ଅାଉ ଏଠାରେ କାର୍ଯ୍ୟରେ ଯୋଗଦେବେ ନାହଁି ତଥା ତାଙ୍କ ସ୍ଥାନରେ ଅତିରିକ୍ତ ତହସିଲଦାର ଅଟଳବିହାରୀ ସ୍ବାଇଁ ଭାରପ୍ରାପ୍ତ ତହସିଲଦାର ଭାବେ ଦାୟିତ୍ୱ ତୁଲାଇବେ ବୋଲି ପ୍ରତିଶ୍ରୁତି ପ୍ରଦାନ କରିବାରୁ ଧାରଣା ପ୍ରତ୍ୟାହାର କରାଯାଇଥିଲା ା
ତେବେ, ଅଭିଯୋଗ ସମ୍ପର୍କରେ ତହସିଲଦାର ଶ୍ରୀ ପଣ୍ଡାଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, ବିଧିବଦ୍ଧ ଭାବେ କାଠ ଏବଂ ଲୁହାର ନିଲାମ କରାଯାଇଛି। ପ୍ରଶାନ୍ତ କୁମାର ବାରିକ ନାମକ ବ୍ୟକ୍ତି ୮୧ହଜାର ଟଙ୍କାରେ ଏହାକୁ ନିଲାମରେ ନେଇଥିଲେ। ବ୍ୟକ୍ତିଗତ ଅାକ୍ରୋଶ କାରଣରୁ ପ୍ରତିଶୋଧପରାୟଣ ହୋଇ କେତେଜଣ ବ୍ୟକ୍ତି ଏପରି କରୁଥିବା ସେ କହିଥିଲେ ା ଅାନ୍ଦୋଳନ ପ୍ରତ୍ୟାହାର ପରେ ତହସିଲ, କୋର୍ଟ ଏବଂ ଉପ-ନିବନ୍ଧକଙ୍କ କାର୍ଯ୍ୟାଳୟ ସ୍ବାଭାବିକ୍ ଭାବେ କାର୍ଯ୍ୟ କରିଥିଲା। ବିକ୍ଷୋଭରେ ଅାଇନଜୀବୀ ଗତିକୃଷ୍ଣ ଶତପଥୀ, ସଞ୍ଜୟ ବେହେରା, ଫେଲୁ ପରିଜା, ଧୀରେନ୍ଦ୍ର ପଲାଇ, ମାନସ ରାଉତ, ମାନ୍ତା ସାହାଜୀ, କିଶୋର ଶତପଥୀ, ଅଲେଖ ମାଝୀ, ଗଙ୍ଗା ସାମଲ, ମଳୟ ବିଶ୍ୱାଳ, ରଘୁନାଥ ସାହୁ, ସତ୍ୟାନନ୍ଦ ବିଶ୍ୱାଳଙ୍କ ସମେତ ଶତାଧିକ ଅାଇନଜୀବୀ ଅଂଶଗ୍ରହଣ କରିଥିଲେ।

ସମ୍ବନ୍ଧିତ ଖବର