ଜଗତସିଂହପୁର : ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ ରାହାମା କଣ୍ଟ୍ରୋଲ ରୁମରେ ପୁଲିଂ ଟିମକୁ କେତେକ ଲୋକ ଠେଲାପେଲା ଓ ମାଡ଼ ମାରିଥିବା ଅଭିଯୋଗ ହୋଇଛି । କୁଜଙ୍ଗ ପଣ୍ଡୁଆ ପଂଚାୟତ ବୁଥ-୧୦ ଭୋଟ ବାକ୍ସ ଟ୍ୟାମ୍ପରିଂରୁ ଉତ୍ତେଜନା ସୃଷ୍ଟି ହୋଇଛି । ଏହାର ପ୍ରତିବାଦରେ ସ୍ଥାନୀୟ ଲୋକେ କଣ୍ଟ୍ରୋଲ ରୁମ ସାମ୍ନାରେ ଧାରଣା ଦେଉଛନ୍ତି ।
ମିଳିଥିବା ସୂଚନା ଅନୁସାରେ, କୁଜଙ୍ଗ ବ୍ଲକ ରାହାମା କଣ୍ଟ୍ରୋଲ ରୁମରେ ଭୋଟ ବାକ୍ସ ଟାମ୍ପରିଂ ଅଭିଯୋଗ ଆସିବା ପରେ କେତେକ ସ୍ଥାନୀୟ ଲୋକ ପୋଲିଂ ଟିମକୁ ଠେଲାପେଲା ଓ ମାଡ଼ ମାରିଥିବା ଅଭିଯୋଗ ହୋଇଛି । ଏହା ସହିତ ଲୋକମାନେ କଣ୍ଟ୍ରୋଲ ରୁମ ଆଗରେ ଧାରଣାରେ ବସିଛନ୍ତି । ଏହି ଖବର ପାଇ ଘଟଣାସ୍ଥଳରେ ପାରାଦୀପ ଅତିରିକ୍ତ ଜିଲ୍ଲାପାଳ କାହ୍ନୁ ଚରଣ ଧୀର ଓ କୁଜଙ୍ଗ ଥାନା ଭାରପ୍ରାପ୍ତ ଅଧିକାରୀ ସୁଜିତ ପ୍ରଧାନ ପହଞ୍ଚି ଲୋକମାନଙ୍କୁ ବୁଝାସୁଝା କରୁଛନ୍ତି । ମାତ୍ର ଏପର୍ଯ୍ୟନ୍ତ ଧାରଣା ପ୍ରତ୍ୟାହୃତ ହୋଇନଥିବା ଜଣାପଡ଼ିଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/02/WhatsApp-Image-2022-02-22-at-17.21.14-1.jpeg)