ଭୋଟ ବାକ୍ସ ଟାମ୍ପରିଂ ଅଭିଯୋଗ, ରାହାମା କଣ୍ଟ୍ରୋଲ ରୁମ ଆଗରେ ଉତ୍ତେଜନା

ଜଗତସିଂହପୁର : ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ ରାହାମା କଣ୍ଟ୍ରୋଲ ରୁମରେ ପୁଲିଂ ଟିମକୁ କେତେକ ଲୋକ ଠେଲାପେଲା ଓ ମାଡ଼ ମାରିଥିବା ଅଭିଯୋଗ ହୋଇଛି । କୁଜଙ୍ଗ ପଣ୍ଡୁଆ ପଂଚାୟତ ବୁଥ-୧୦ ଭୋଟ ବାକ୍ସ ଟ୍ୟାମ୍ପରିଂରୁ ଉତ୍ତେଜନା ସୃଷ୍ଟି ହୋଇଛି । ଏହାର ପ୍ରତିବାଦରେ ସ୍ଥାନୀୟ ଲୋକେ କଣ୍ଟ୍ରୋଲ ରୁମ ସାମ୍ନାରେ ଧାରଣା  ଦେଉଛନ୍ତି ।

ମିଳିଥିବା ସୂଚନା ଅନୁସାରେ, କୁଜଙ୍ଗ ବ୍ଲକ ରାହାମା କଣ୍ଟ୍ରୋଲ ରୁମରେ ଭୋଟ ବାକ୍ସ ଟାମ୍ପରିଂ ଅଭିଯୋଗ ଆସିବା ପରେ କେତେକ ସ୍ଥାନୀୟ ଲୋକ ପୋଲିଂ ଟିମକୁ ଠେଲାପେଲା ଓ ମାଡ଼ ମାରିଥିବା ଅଭିଯୋଗ ହୋଇଛି । ଏହା ସହିତ ଲୋକମାନେ କଣ୍ଟ୍ରୋଲ ରୁମ ଆଗରେ ଧାରଣାରେ ବସିଛନ୍ତି । ଏହି ଖବର ପାଇ ଘଟଣାସ୍ଥଳରେ ପାରାଦୀପ ଅତିରିକ୍ତ ଜିଲ୍ଲାପାଳ କାହ୍ନୁ ଚରଣ ଧୀର ଓ କୁଜଙ୍ଗ ଥାନା ଭାରପ୍ରାପ୍ତ ଅଧିକାରୀ ସୁଜିତ ପ୍ରଧାନ ପହଞ୍ଚି ଲୋକମାନଙ୍କୁ ବୁଝାସୁଝା କରୁଛନ୍ତି । ମାତ୍ର ଏପର୍ଯ୍ୟନ୍ତ ଧାରଣା ପ୍ରତ୍ୟାହୃତ ହୋଇନଥିବା ଜଣାପଡ଼ିଛି ।

ସମ୍ବନ୍ଧିତ ଖବର