ବାକି ପଇସା ମାଗିବାରୁ ଦୋକାନୀ ଉପରେ ମରଣାନ୍ତକ ଆକ୍ରମଣ

ଜଗତସିଂହପୁର : ନାଉଗାଁ ବ୍ଲକ ବଛଳ କୁଣ୍ଡିଙ୍ଗ ଗ୍ରାମର ସୁନୀଲ କୁମାର ରାଉତ ଏକ ପାନ ଦୋକାନ କରି ତାଙ୍କର ପରିବାର ପ୍ରତି ପୋଷଣ କରନ୍ତି। ସେହି ଗ୍ରାମର ବାବୁଆ ଲେଙ୍କା ତାଙ୍କ ଠାରୁ ୨୦୦୦ଟଙ୍କା ବହୁ ଦିନ ବାକି ନେଇ ଥିଲେ ଏବଂ ସେହି ବାକି ପଇସା ମାଗିବାରୁ ବାବୁଆ ଲେଙ୍କା ଏବଂ ତାଙ୍କର ସହଯୋଗୀ ଏକ ରଡ ଆଉ ଚେନ ସାହାଯ୍ୟରେ ଆକ୍ରମଣ କରି ଗୁରୁତର କରିଦେଇଥିଲେ। ଗାଁ ଲୋକ ବାବୁଆକୁ ଅଟକାଇବା ସହ ସୁନୀଲକୁ ନାଉଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ଏ ନେଇ ଥାନାରେ ଅଭିଯୋଗ କରାଯାଇଛି। ଥାନାର ଏସଆଇ ପ୍ରତାପ ଦାସ ଉକ୍ତ ଘଟଣା ତଦନ୍ତ କରିବା ସହିତ ବାବୁଆ ଲେଙ୍କାଙ୍କୁ ଅଟକ ରଖିଛନ୍ତି।

ସମ୍ବନ୍ଧିତ ଖବର