ନାବାଳିକାକୁ ଦୁଷ୍କର୍ମ ଉଦ୍ୟମ, ଅଭିଯୁକ୍ତ ଫେରାର୍‌

ବାଲିକୁଦା: ବାଲିକୁଦା ବ୍ଲକ ଅନନ୍ତପୁର ଫାଣ୍ତି ଅନ୍ତର୍ଗତ ସାମନ୍ତରାପୁର ଅଞ୍ଚଳର ଜଣେ ୮ବର୍ଷର ନାବାଳିକା ସହ ଦୁଷ୍କର୍ମ ଉଦ୍ୟମ ହୋଇଛି। ଘରେ ଅନ୍ୟମାନେ ନ ଥିବା ବେଳେ ହାଡିବନ୍ଧୁ ପ୍ରଧାନ ନାମକ ଜଣେ ୧୯ବର୍ଷର ଯୁବକ ଏଭଳି କାଣ୍ଡ କରିଛି। ଏ ନେଇ ପୀଡ଼ିତାଙ୍କ ପରିବାର ପକ୍ଷରୁ ପୁଲିସରେ ଅଭିଯୋଗ କରାଯିବା ପରେ ପୁଲିସ ଉକ୍ତ ନାବାଳିକାର ଡାକ୍ତରୀ ମାଇନା କରାଇଛି। ଘଟଣା ପରେ ଅଭିଯୁକ୍ତ ହାଡ଼ିବନ୍ଧୁ ଫେରାର୍‌ ହୋଇଯାଇଛି।
ଅଭିଯୋଗ ମୁତାବକ, ଗତ ୯ତାରିଖ ଦିନ ସାମନ୍ତାରାପୁର ମନ୍ଦିରରେ ଜଣେ ବ୍ୟକ୍ତିଙ୍କ ଭୋଗଲାଗି କରାଯାଉଥିଲା। ଏହାକୁ ନେଇ ଅଞ୍ଚଳର ପ୍ରାୟ ସମସ୍ତେ ସେଠାରେ ବ୍ୟସ୍ତ ଥିଲେ। ଏହି ସମୟରେ ହାଡ଼ିବନ୍ଧୁ ଓରଫ ହଡୁ ପ୍ରଧାନ(୧୯) ନାମକ ଜଣେ ଯୁବକ ଜଣେ ବ୍ୟକ୍ତିଙ୍କ ଘରକୁ ପାଣି ପିଇବା ବାହାନାରେ ଯାଇଥିଲା। ଘରେ କେହି ନଥିବା ବେଳେ ୮ ବର୍ଷର ଝିଅ ଏକୁଟିଆ ଥିଲା। ହାଡିବନ୍ଧୁ ଉକ୍ତ ନାବାଳିକା ପାଣି ଆଣିବାକୁ ଘର ଭିତରକୁ ଯାଇଥିବା ବେଳେ ହାଡିବନ୍ଧୁ ତା’ ପଛେ ପଛେ ଯାଇ ପଛପଟୁ ମାଡି ବସିଥିଲା ଓ ଦୁଷ୍କର୍ମ ଉଦ୍ୟମ କରିଥିଲା। ନାବାଳିକାଜଣକ ନିଜ ସମ୍ପର୍କୀୟଙ୍କ ଘରେ ରହୁଥିବାରୁ ସେମାନେ ଫେରିବା ପରେ ସେ ସମଗ୍ର ଘଟଣା ବଖାଣିଥିଲା। ଏ ସମ୍ପର୍କରେ ଅନ୍ୟମାନଙ୍କୁ ଜଣାଇବା ପରେ ବି କିଛି ସୁଫଳ ନ ମିଳିବାରୁ ଗତକାଲି ରାତିରେ ଉକ୍ତ ନାବାଳିକାଙ୍କ ସମ୍ପର୍କୀୟ ପୁଲିସ‌େର ଅଭିଯୋଗ କରିଛନ୍ତି। ଅଭିଯୋଗ ପାଇବା ପରେ ଫାଣ୍ତି ଅଧିକାରୀ ଦୀପ୍ତରଂଜନ ମହାପାତ୍ର ମାମଲାକୁ ବାଲିକୁଦା ଥାନାକୁ ପଠାଇ ଦେଇଛନ୍ତି। ପୁଲିସ ନାବାଳିକାର ଡାକ୍ତରୀୀ ମାଇନା କରି ତଦନ୍ତ ଆରମ୍ଭ କରିଥଇିା ବେଳେ ଅଭିଯୁକ୍ତ ହାଡ଼ିବନ୍ଧୁ ଫେରାର୍‌ ହୋଇଯାଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର