୯ ଲକ୍ଷରୁ ଅଧିକ ଟଙ୍କା ଠକେଇ : ବ୍ୟାଙ୍କ ଏଜେଣ୍ଟ ଗିରଫ

ରାହାମା : ବାଇକ କିଣିବା ପାଇଁ ବ୍ୟାଙ୍କରୁ ଋଣ କରାଇ ଦେବା ଆଳରେ ୯ ଲକ୍ଷରୁ ଅଧିକ ଟଙ୍କା ଠକି ନେଇଥିବା ଜଣେ ବ୍ୟକ୍ତିଙ୍କୁ ତିର୍ତ୍ତୋଲ ଥାନା ପୁଲିସ ଗିରଫ କରିଛି। ଗିରଫ ହୋଇଥିବା ବ୍ୟକ୍ତି ହେଉଛନ୍ତି ହିତରଣା ଗ୍ରାମର ବିପିନ ପଲେଇଙ୍କ ପୁଅ ସଂଜୟ ପଲେଇ। ସଂଜୟ ବିଭିନ୍ନ ଲୋକଙ୍କୁ ବାଇକ କିଣିବା ପାଇଁ ରାହାମା ଠାରେ ଇଣ୍ତସଲ୍ୟାଣ୍ତ ବ୍ୟାଙ୍କରୁ ଫାଇନାନ୍ସ କରିଥାନ୍ତି। ଋଣ କରି ଗାଡି କିଣୁଥିବା ବ୍ୟକ୍ତି କିସ୍ତି ପଇଠ ମଧ୍ୟ ସଞ୍ଜୟଙ୍କ ଜରିଆରେ କରିଥାନ୍ତି। ସଞ୍ଜୟ କିନ୍ତୁ ଆଦାୟ କରୁଥିବା ଟଙ୍କାକୁ ଆତ୍ମସାତ କରିଥିବା ଅଭିଯୋଗ ହୋଇଥିଲା। ଲୋକଙ୍କ ଅଭିଯୋଗ ପରେ ଇଣ୍ତସଲ୍ୟାଣ୍ତ ବ୍ୟାଙ୍କ ପାରାଦ୍ବୀପ ଶାଖା ପରିଚାଳକ ଶୁଭ ପ୍ରସାଦ ଲେଙ୍କା ସଞ୍ଜୟ ପଲେଇଙ୍କୁ ବହିଷ୍କାର କରିବା ସହିତ ଏ ସଂକ୍ରାନ୍ତରେ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ଅଭିଯୋଗର ତଦନ୍ତ କରି ସଞ୍ଜୟ ପଲେଇଙ୍କୁ ଗିରଫ କରିବା ସହ ଆଜି କୋର୍ଟ ଚାଲାଣ କରିଛି।

ସମ୍ବନ୍ଧିତ ଖବର