ବିଇଡି ସାର୍ଟିଫିକେଟ ପାଇଁ ଶିକ୍ଷୟିତ୍ରୀ ଥାନାର ଦ୍ବାରସ୍ଥ

ରଘୁନାଥପୁର: ରଘୁନାଥପୁର ଥାନା ଅନ୍ତର୍ଗତ ରଘୁନାଥପୁର ବ୍ଲକ ଛକ ପାଖରେ ଥିବା ପ୍ରେସ୍‌ ଏକାଡେମି ନାମକ ସ˚ସ୍ଥା ଦ୍ବାରା ବିଇଡି ପରୀକ୍ଷା ସାର୍ଟିଫିକେଟ ବିଳମ୍ବରେ ମିଳିବା ପରେ ପ୍ରମାଣପତ୍ରର ସଠିକତା ନେଇ ପ୍ରଶ୍ନ ଉଠାଇଛନ୍ତି ସେଠାରୁ ଉତ୍ତୀର୍ଣ୍ଣ କେତେକ ଶିକ୍ଷୟିତ୍ରୀ। ଅଧିକ ନମ୍ବର ରଖି ସୁଦ୍ଧା କମ୍‌ ଡିଭିଜନ୍‌ ଓ କମ୍‌ ନମ୍ବର ରଖି ଭଲ ଡିଭିଜନ୍‌ କିପରି ମିଳିଲା ବୋଲି ସେମାନେ ପ୍ରଶ୍ନ ଉଠାଇଛନ୍ତି। ଏନେଇ ରଘୁନାଥପୁର ଥାନାରେ ଲିଖିତ ଅଭିଯୋଗ ପରେ ପୁଲିସ୍‌ ସେହି ପ୍ରମାଣପତ୍ର ଯାଂଚ କରିବା ନିମନ୍ତେ ଆଚାର୍ଯ୍ୟ ନାଗାର୍ଜୁନ ବିଶ୍ବବିଦ୍ୟାଳୟ କର୍ତୃପକ୍ଷଙ୍କ ସହ ଯୋଗାଯୋଗକରି ସେହି ପ୍ରମାଣପତ୍ରର ସଠିକତା ବିଷୟରେ ଜାଣିବାକୁ ଚାହିଁଛନ୍ତି।

ଅଭିଯୋଗରୁ ପ୍ରକାଶ କଟକ ନୂଆପାଟଣା ବେସରକାରୀ ଶିଶୁ ମନ୍ଦିରର ୫ ଜଣ ଶିକ୍ଷୟିତ୍ରୀ ୨୦୧୬ରେ ପ୍ରେସ୍‌ ଏକାଡେମି ସ˚ସ୍ଥାରେ ଭରତ ନାୟକ, କିରଣ କୁମାର ବିଶ୍ବାଳଙ୍କ ମାଧୢମରେ ଆନ୍ଧ୍ରର ନାଗାର୍ଜୁନ ଯୁନିଭରସିଟିରେ ବିଇଡି ପାଠ୍ୟକ୍ରମ ପାଇଁ ନାମ ଲେଖାଇଥିଲେ। ୨୦୧୮ରେ ସେମାନେ ପାସ୍‌ କଲେ ମଧୢ ବିଇଡି ସାର୍ଟିଫିକେଟ ମିଳିବାରେ ବିଳମ୍ବ ହେବାରୁ ପ୍ରେସ ଏକାଡେମି ସ˚ସ୍ଥାର ମୁଖ୍ୟ ଭରତ ନାୟକ, କିରଣ କୁମାର ବିଶ୍ବାଳଙ୍କ ବିରୋଧରେ ରଘୁନାଥପୁର ଥାନାରେ ଶିଶୁ ମନ୍ଦିରର ଗୁରୁମା ର˚ଜିତା ଚୌଧୁରୀ ଲିଖିତ ଭାବରେ ଅଭିଯୋଗ କରିଥିଲେ। ରଘୁନାଥପୁର ଥାନା ଆଇଆଇସି ନିରଞ୍ଜନ ମଲ୍ଲିକ ପ୍ରେସ ଏକାଡେମି ସ˚ସ୍ଥାର ଦୁଇଜଣ କର୍ମଚାରୀଙ୍କୁ ଥାନାକୁ ଡକାଇ ବିଇଡି ସାର୍ଟିଫିକେଟ ସମ୍ପର୍କରେ ପଚାରିବୁଝିବା ସହ ସ˚ସ୍ଥାର କର୍ମଚାରୀ ଭରତ ନାୟକଙ୍କ ପାଖରୁ ନଭେମ୍ବର ମାସର ଶେଷ ସପ୍ତାହରେ ସାର୍ଟିଫିକେଟ ଯୋଗାଇଦେଇଥିବା ଏକ ଲିଖିତ ସ୍ବୀକାରୋକ୍ତି ରଖିଥିଲେ।

ନିର୍ଦ୍ଧାରିତ ସମୟରେ କଟକ ନୂଆପାଟଣା ଶିଶୁ ମନ୍ଦିରର ଗୁରୁମା ଜୋତ୍ସ୍ନା ବାଳା ସେଠୀ, ଅମିତା ପ୍ରଜ୍ଞାପଣ୍ତା, ଗାୟତ୍ରୀ ସାହୁ, ସଙ୍କୁନ୍ତଳା ସାହୁ ଏବ˚ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ପ୍ରବୀଣ କୁମାର ଆଚାର୍ଯ୍ୟ ରଘୁନାଥପୁର ଥାନାରେ ପହଞ୍ଚିଥିଲେ ସାଟିଫିକେଟ ନେବା ପାଇଁ। ପ୍ରେସ୍‌ ଏକାଡେମି ପକ୍ଷରୁ ସ˚ସ୍ଥାର ଭରତ ନାୟକ ସେମାନଙ୍କୁ ବିଇଡି ସାର୍ଟିଫିକେଟ ପ୍ରଦାନ କରିଥିଲେ। ହେଲେ ସାର୍ଟିଫିକେଟରେ କମ୍‌ ନମ୍ବର ରଖିଥିବା ଜଣେ ଶିକ୍ଷୟିତ୍ରୀ ପ୍ରଥମ ସ୍ଥାନ ପାଇଥିବା ବେଳେ ଅନ୍ୟ ଜଣେ ଅଧିକ ନମ୍ବର ରଖିଥିବା ଶିକ୍ଷୟିତ୍ରୀ ତୃତୀୟ ସ୍ଥାନ ପାଇଥିଲେ। ଅନ୍ୟପକ୍ଷରେ ଅନ୍‌ଲାଇନ୍‌ରେ ସାର୍ଟିଫିକେଟ ସ୍କାନ କଲେ ସାର୍ଟିଫିକେଟ ସୋ କରୁନଥିବା ଓ ସାର୍ଟିଫିକଟେରେ ଲାଗିଥିବା ୟୁନିଭର୍ସିଟିର ଷ୍ଟାମ୍ପ ଅସଲି ଥିବା ବେଳେ ସେଥିରେ ଥିବା ଦସ୍ତଖତ ସ୍କାନ୍‌ ହୋଇ ପ୍ରିଣ୍ଟ୍‌ ହୋଇଥିବା ସ୍ବଷ୍ଟଜଣାପଡ଼ୁଛି। ‌ତେବେ ଏହାକୁ ନେଇ ଦୁଇ ଗୋଷ୍ଠୀ ମଧୢରେ ଥାନା ପରିସରରେ ଯୁକ୍ତିତର୍କ ବଢିଥିଲା। ତେବେ ସ˚ସ୍ଥାର କର୍ମଚାରୀ ଏହା ଓରିଜିନାଲ ସାର୍ଟିଫିକେଟ ବୋଲି ଯୁକ୍ତି ବାଢିଥିଲେ। ଶେଷରେ ରଘୁନାଥପୁର ଥାନା ପୁଲିସ ଏଥିରେ ହସ୍ତକ୍ଷେପ କରି ୭ ଦିନ ମଧୢରେ ଶିକ୍ଷୟିତ୍ରୀ ମାନେ ସାର୍ଟିଫିକେଟ ଯାଞ୍ଚ କରି ଜଣାଇବା ପରେ ସେହି ଅନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଥିବା ପ୍ରକାଶ।

ସମ୍ବନ୍ଧିତ ଖବର