ଭୁବନେଶ୍ୱର: ଟିକେଟ ବିତରଣକୁ ନେଇ ଅସନ୍ତୁଷ୍ଟ ଥିବା ବରିଷ୍ଠ ନେତା ବିଭୁ ତରାଇ ବୁଧବାର କଂଗ୍ରେସରୁ ଇସ୍ତଫା ଦେଇଛନ୍ତି। ସେ ନିଜର ଇସ୍ତଫା ପତ୍ରକୁ ଦଳୀୟ ହାଇକମାଣ୍ଡଙ୍କ ନିକଟକୁ ପଠାଇଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ ବିଭୁ ତରାଇଙ୍କୁ ଚଳିତ ବଧାନସଭା ନିର୍ବାଚନରେ ତିର୍ତ୍ତୋଲ ଆସନରୁ ଟିକେଟ ଦିଆଯାଇଥିଲା। ମାତ୍ର ସେ ଜଗତସିଂହପୁର ଲୋକସଭା ଆସନରୁ ନିର୍ବାଚନ ଲଢ଼ିବାକୁ ଚାହୁଁଥିଲେ।
ଇସ୍ତଫା ପତ୍ରରେ ସେ ଦର୍ଶାଇଛନ୍ତି, ଜଗତସିଂହପୁର ଲୋକସଭା ଆସନରୁ ପ୍ରତିମା ମଲ୍ଲିକଙ୍କୁ ଟିକେଟ ଦିଆଯାଇଛି। ମାତ୍ର ପ୍ରତିମା ତିର୍ତ୍ତୋଲ ଆସନରୁ ନିର୍ବାଚନ ଲଢ଼ିବାକୁ ଚାହୁଁଥିଲେ। ସେହିପରି ପାରାଦୀପ ଆସନରେ ବାପି ସର୍ଖେଲଙ୍କୁ କଂଗ୍ରେସ ଟିକେଟ ଦେଇଛି। ଅପରପକ୍ଷେ ବାପିଙ୍କ ନାଁରେ ଅପରାଧିକ ମାମଲା ରହିଛି ବୋଲି ବିଭୁ ତରାଇ ଅଭିଯୋଗ ଆଣିଛନ୍ତି।