ପାରାଦୀପରେ ବିଜୁ ଶ୍ରମିକ ସାମ୍ମୁଖ୍ୟ ସମାବେଶ

ଜଗତସି˚ହପୁର : ଆଜି ପାରାଦୀପରେ ବିଜୁ ଶ୍ରମିକ ସାମ୍ମୁଖ୍ୟ ପକ୍ଷରୁ ବିଶାଳ ଶ୍ରମିକ ସମାବେଶ ଅନୁଷ୍ଠିତ ହୋଇଯାଇଛି। ଏଥିରେ ରାଜ୍ୟ ସରକାରଙ୍କ ଅଧ ଡଜନ୍‌ ମନ୍ତ୍ରୀ ଓ ବିଧାୟକ ଯୋଗଦେଇ କେନ୍ଦ୍ର ସରକାରଙ୍କୁ ତୀବ୍ର ସମାଲୋଚନା କରିବା ସହ ସ୍ଥାନୀୟ ଯୁବକଙ୍କ ନିଯୁକ୍ତି ପାଇଁ ରାଜରାସ୍ତାରେ ଲଢେ଼ଇ କରିବାକୁ ରଣହୁଙ୍କାର ଦେଇଛନ୍ତି। ତେବେ, ବିଜେଡିରୁ କୋଣଠେସା ହୋଇ ରହିଥିବା ଶ୍ରମିକ ନେତା ସନ୍ତୋଷ ପଟ୍ଟନାୟକ ଆଜିର ସମାବେଶରେ ସବୁଠାରୁ ବେଶୀ ଚର୍ଚାରେ ରହିଥିବା ବେଳେ ପାରାଦୀପ ପୌରାଧୢକ୍ଷ ତଥା ନଗର ବିଜେଡି ସମ୍ପାଦକ ବସନ୍ତ ବିଶ୍ବାଳ ଓ ସଭାପତି ସୁମନ୍ତ ବିଶ୍ବାଳ ଏହି ସମାବେଶରେ ଅନୁପସ୍ଥିତ ରହିବା ଚର୍ଚା ପାଇଁ ଖୋରାକ୍‌ ଯୋଗାଇଛି।

ଶ୍ରମିକ ନେତା ରାଜୁ ସି˚ହଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ, ପ୍ରତାପ ଜେନା ଓ ଉଷାଦେବୀ ଯୋଗଦେଇ ରାଜ୍ୟ ସରକାର ଶ୍ରମିକମାନଙ୍କ ପାଇଁ କରିଥିବା ବିଭିନ୍ନ ଯୋଜନା ସମ୍ପର୍କରେ ଆଲୋକପାତ କରିଥିଲେ। ରାଜ୍ୟ ଗଠନରେ ଶ୍ରମିକମାନଙ୍କ ଭୂମିକା ପ୍ରତି ଇଙ୍ଗିତ କରିବା ସହ ସେମାନଙ୍କ ହକ୍‌ ପାଇଁ ବିଜେଡି ପକ୍ଷରୁ ସବୁବେଳେ ଉଦ୍ୟମ ଜାରି ରହିବ ବୋଲି କହିଥିଲେ। ବିଧାୟକ ଦେବାଶିଷ ସାମନ୍ତରାୟ, ପ୍ରଶାନ୍ତ ମୁଦୁଲି ଓ ଅତନୁ ସବ୍ୟସାଚୀ ନାୟକ ପ୍ରମୁଖ ପାରାଦୀପରେ ଥିବା କେନ୍ଦ୍ରୀୟ ପ୍ରକଳ୍ପଗୁଡ଼ିକ ସ୍ଥାନୀୟ ଯୁବକ/ଯୁବତୀମାନଙ୍କୁ ଠକି ଚାଲିଛନ୍ତି ବୋଲି ଅଭିଯୋଗ କରିବା ସହ ଏଥିପାଇଁ ସେମାନଙ୍କୁ ଜବାବ ଦିଆଯିବ ବୋଲି କହିଥିଲେ। ଅନ୍ୟମାନଙ୍କ ମଧୢରେ ସା˚ସଦ ଡାକ୍ତର କୁଳମଣି ସାମଲ, ବିଜୁ ଶ୍ରମିକ କଲ୍ୟାଣ ବୋର୍ଡର ଅଧୢକ୍ଷ ସୁବାସ ସି˚ହ ଓ ବିଜୁ ଶ୍ରମିକ ସାମ୍ମୁଖ୍ୟ ଉପ-ସଭାପତି ଯୁଗଳ କିଶୋର ନାୟକ ପ୍ରମୁଖ ଏଥିରେ ଯୋଗଦେଇଥିଲେ। ଶ୍ରମିକ ନେତା ସନ୍ତୋଷ କୁମାର ପଟ୍ଟନାୟକ ଓ ବିଜୁ ଶ୍ରମିକ ସାମ୍ମୁଖ୍ୟ ସ˚ପାଦକ ଗୋଲଖ ଚନ୍ଦ୍ର ନାୟକ ପ୍ରମୁଖ ଶ୍ରମିକମାନଙ୍କ ଉନ୍ନତି ପାଇଁ ଏକାଠି ହୋଇ କାମ କରିବାକୁ ଆହ୍ବାନ ଜଣାଇଥିଲେ।

ସମ୍ବନ୍ଧିତ ଖବର