ଗୋପାଳପୁର: ନିଜ ମାମୁଁଘରକୁ ଆସିଥିବା ଜଣେ ଯୁବତୀଙ୍କୁ ଦୁଇଜଣ ଯୁବକ ନେଇ ପଳାଉଥିବା ବେଳେ ବାଇକ୍ ଦୁର୍ଘଟଣା ଘଟିଛି। ଲୋକମାନେ ଧାଇଁ ଆସିବା ଭୟରେ ସେମାନେ ବାଇକ୍ ଛାଡ଼ି ଯୁବତୀଙ୍କୁ ଧରି ଫେରାର୍ ହୋଇଯାଇଛନ୍ତି। ଖବର ମୁତାବକ, ଜଣେ ଯୁବତୀ ନିଜ ମା’ଙ୍କ ସହ ଗୁଆଳିପୁରସ୍ଥିତ ମାମୁଁଘରକୁ ଆସିଥିଲେ। ଗତକାଲି ରାତି ପ୍ରାୟ ୧୨ଟା ଦୁଇଜଣ ଯୁବକ ଏକ ବାଇକ୍(ଓଡି-୦୫-ବି-୪୪୬୪) ସହ ସଂପୃକ୍ତ ଯୁବତୀଙ୍କ ମାମୁଁଘର ପାଖରେ ପହଞ୍ଚିଥିଲେ। ଯୁବତୀଜଣଙ୍କୁ ବାଇକ୍ରେ ବସାଇ ପଳାଉଥିବା ବେଳେ ବାଇକ୍ଟି ଏକ ଗଛରେ ଧକ୍କା ଲାଗିଥିଲା। ଲୋକମାନେ ଆସିଯିବା ଭୟରେ ସେମାନେ ବାଇକ୍ ଛାଡ଼ି ଯୁବତୀଙ୍କୁ ଧରି ପଳାଇଥିଲେ। ଖବର ପାଇ ରଘୁନାଥପୁର ପୁଲିସ ବାଇକ୍ଟିକୁ ଜବତ କରିଛି।
ଯୁବତୀଙ୍କୁ ନେଇ ପଳାଉଥିବା ବେଳେ ଦୁର୍ଘଟଣା
/sambad/media/post_attachments/wp-content/uploads/2018/06/bike.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)