ବାଇକ -ସାଇକଲ ଧକ୍କାରେ ୩ ଗୁରୁତର

ଗୋପାଳପୁର: ସଂଧ୍ୟା ୭ଟା ସମୟରେ କଟକ-ପାରାଦୀପ ରାସ୍ତାର ତାରପୁର ପୁରୁଣା ବଜାରଠାରେ ସାଇକଲ ଓ ବାଇକ ଧକ୍କା ଲାଗିିବା ଫଳରେ ୩ଜଣ ଗୁରୁତର ଆହତ ହୋଇଛନ୍ତି। ମାଣପୁର ଗ୍ରାମର ମନୋରଂଜନ ସ୍ୱାଇଁ(୪୪) ପାରାଦୀପରୁ କଟକ ଅଭିମୁଖେ ଯାୁଥିବା ବେଳେ ପୁରୁଣା ବଜାରଠାରେ ସାଇକଲରେ ଯାଉଥିବା ଭରତ ଚନ୍ଦ୍ର ସାମଲ ୫୫ ଓ ଭାସ୍କର ଦାସ (୫୮)ଙ୍କ ସହିତ ମୁହାଁ ମୁହିଁ ଧକ୍କା ହୋଇଥିଲା। ଦୁର୍ଘଟଣାରେ ସମସ୍ତ ୩ଜଣ ଆହତ ହୋଇଥିଲେ। ରଘୁନାଥପୁର ପୁଲିସ ସେମାନଙ୍କୁ ଉଦ୍ଧାର କରି ରଘୁନାଥପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଇଛି।

ସମ୍ବନ୍ଧିତ ଖବର