ଦାମଙ୍କ ଗଡ଼ରେ ବିଷ୍ଣୁଙ୍କ ଶକ୍ତି ପ୍ରଦର୍ଶନ

ଜଗତସିଂହପୁର : ଡାକ୍ତର ଦାମୋଦର ରାଉତ ବିଜେଡିରୁ ବିଦା ହେବା ପରେ ତାଙ୍କ ଗଡ଼ କୁହାଯାଉଥିବା ପାରାଦୀପରେ ଆଜି ଶକ୍ତି ପ୍ରଦର୍ଶନ କରିଛନ୍ତି ତାଙ୍କର ପାରଂପରିକ ବିରୋଧୀ ଜଗତସିଂହପୁର ଜିଲ୍ଲା ବିଜେଡି ସଭାପତି ବିଷ୍ଣୁ ଚରଣ ଦାସ। କୁଜଙ୍ଗରୁ ଏକ ବିରାଟ ଶୋଭାଯାତ୍ରାରେ ଆସି ବିଷ୍ଣୁ ପାରାଦୀପରେ ପହଞ୍ଚିଛନ୍ତି। ପାରାଦୀପରେ ବିଶ୍ୱକର୍ମା ପୂଜା ବୁଲି ଦେଖିବା ସହ ଆସନ୍ତାକାଲି ବନ୍ଦର ଅଧ୍ୟକ୍ଷ ଓ ଅନ୍ୟମାନଙ୍କ ସହ କୌଣସି ଗୁରୁତ୍ଵପୂର୍ଣ୍ଣ ବୈଠକରେ ବିଷ୍ଣୁ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଦଳ ଚାହିଁଲେ ସେ ପାରାଦୀପରୁ ପ୍ରତିଦ୍ୱନ୍ଦ୍ୱିତା କରିବେ ବୋଲି ଗତକାଲି ବିଷ୍ଣୁ କହିଥିବା ବେଳେ ବିଷ୍ଣୁ ଆଉ ଜୀବନରେ କେବେ ବିଧାୟକ ହୋଇ ପାରିବେ ନାହିଁ ବୋଲି ଦାମ ଜବାବ ଦେଇଥିଲେ। କିନ୍ତୁ ଆଜି ବିଷ୍ଣୁ ଏଭଳି ଢଙ୍ଗରେ ପାରାଦୀପ ଆସିବା ଘଟଣା ରାଜନୈତିକ ଚର୍ଚ୍ଚାର ଖୋରାକ ଯୋଗାଇଛି। କବିଷ୍ଣୁଙ୍କ ଏକାନ୍ତ ଅନୁଗତ କୁହାଯାଉଥିବା ଶ୍ରମିକ ନେତା ସନ୍ତୋଷ ପଟ୍ଟନାୟକ ଏହି କାର୍ଯ୍ୟକ୍ରମ ଆୟୋଜନ କରିଥିବା କୁହାଯାଉଛି।

ସମ୍ବନ୍ଧିତ ଖବର