ବିଜୁ ବାବୁଙ୍କ ମାଟିରେ ଦାମ ସ୍ୱାଭିମାନୀ ନେତା ହେବାକୁ ଆଶା ବାନ୍ଧିଛନ୍ତ: ଦେବାଶିଷ ସାମନ୍ତରାୟ

ଜଗତସିଂହପୁର: ବିଜୁ ଜନତା ଦଳର ଜନସଂପର୍କ ପଦଯାତ୍ରାରେ ରବିବାର ଦଳରୁ ବହିଷ୍କୃତ ନେତା ଦାମ ରାଉତଙ୍କୁ ବିଧାୟକ ଦେବାଶିଷ ସାମନ୍ତରାୟ ଟାର୍ଗେଟ କରିଛନ୍ତି। ଜଗତସିଂହପୁର ଜିଲ୍ଲାର କୁଜଙ୍ଗରେ ଅନୁଷ୍ଠିତ ପଦଯାତ୍ରାରେ ଦେବାଶିଷ କହିଛନ୍ତି, ଯେଉଁ ମାଟିର ସୃଷ୍ଟି କର୍ତ୍ତା ବିଜୁ ବାବୁ, ସେହି ମାଟିରେ ଦାମ ସ୍ୱାଭିମାନୀ ନେତା ହେବାକୁ ଆଶା ବାନ୍ଧିଛନ୍ତି। ଏହା ହେଉଛି ସଂପୂର୍ଣ୍ଣ ରୂପେ ବିଜେଡିର ଏରିଆ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚ୍ୟାଲେଞ୍ଜ କରି କ’ଣ ସେ ସଫଳ ହୋଇପାରିବେ ବୋଲି ଦେବାଶିଷ କହିଛନ୍ତି। ଏକଦା ନିଜକୁ ବିଜେଡିର ବରିଷ୍ଠ ନେତା ବୋଲି ପରିଚୟ ସୃଷ୍ଟି କରୁଥିବା ଦାମ ରାଉତ ଦଳରୁ ବହିଷ୍କୃତ ହୋଇଛନ୍ତି। କୁଜଙ୍ଗ ମାଟି ତାଙ୍କର ନୁହେଁ, ତାଙ୍କର ମାଟି ହେଉଛି ଏରସମା। ମୋ ଜନ୍ମମାଟି ହେଉଛି ପାରାଦୀପ ବିଧାନସଭା ନିର୍ବାଚନ ମଣ୍ଡଳୀରେ ଅଛି। ମାଟିର ସ୍ୱାଭିମାନର ଡାକରାର ଆବଶ୍ୟକତା ପଡ଼ିଛି ବୋଲି ଦେବାଶିଷ କହିଛନ୍ତି।

ବିଧାୟକ ଦେବାଶିଷ କହିଛନ୍ତି, ଚୌକିଦାର କହୁଥିବା ଲୋକ ପାରାଦୀପବାସୀଙ୍କୁ ଗେଟ୍‌ ସମ୍ମୁଖରେ ଅଟକାଇ ରଖୁଥିବା ବେଳେ ବାହାର ଲୋକଙ୍କୁ ପାରଦୀପରେ ପୂରାଉଥିଲେ।

ସମ୍ବନ୍ଧିତ ଖବର