ବିଜେଡି ପ୍ରାର୍ଥୀ ବିଜୟ ଶଙ୍କରଙ୍କ ରୋଡ଼ସୋ; ତିର୍ତୋଲରେ ବିଜେପିର ଘରକୁ ଘର ପ୍ରଚାର

ତିର୍ତୋଲ: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କର ଗତକାଲି ନିର୍ବଚନୀ ପ୍ରଚାର ଓ ରୋଡ଼ ସୋ ପରେ ଆଜି ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ ଆଜି ତିର୍ତୋଲ ଓ ରଘୁନାଥପୁର ବ୍ଲକ୍‌ରେ ବିଜେପିର ପ୍ରଚାରମଙ୍ଗ ଧରିଥିଲେ । ଯୁବସଂଗଠକ ତଥା ଜିଲ୍ଲାପ୍ରତିନିଧି କ୍ଷୀତିସ୍‌ ଦାସଙ୍କ ନେତୃତ୍ବରେ ସାଂସଦ ଶ୍ରୀମତି ଷଡ଼ଙ୍ଗୀ ତରଜଙ୍ଗା, ତେନ୍ତୁଲିପଦା ପଞ୍ଚାୟତ ପରିକ୍ରମା କରି ମା ଶାରଳା ଠାକୁରାଣୀଙ୍କୁ ଦର୍ଶନ ନିମନ୍ତେ ଯାଇଥିଲେ । ସେଠାରେ ରାଜ୍ୟ କୃଷକ ମୋର୍ଚ୍ଚା ସମ୍ପାଦକ ଅଶୋକ କୁମାର ମହାନ୍ତିଙ୍କ ନେତୃତ୍ବରେ ସାଂସଦଙ୍କୁ ସ୍ବାଗତ ସମ୍ବର୍ଦ୍ଧନା କରାଯାଇଥିଲା । ତାଙ୍କ ସହିତ ବିଜେପି ପ୍ରାର୍ଥୀ ରାଜକିଶୋର ବେହେରା, ରାଜ୍ୟ ସଭାପତି ଭୃଗୁବକ୍ସି ପାତ୍ର, ପୂର୍ବତନ ସାଂସଦ ବିଭୂ ପ୍ରସାଦ ତରାଇ, ଯୁବମୋର୍ଚ୍ଚା ସଭାପତି ଶିବପ୍ରସାଦ ସାହୁ ଓ ଜିଲ୍ଲା ଏସିମୋର୍ଚ୍ଚା ସମ୍ପାଦକ ସାଗର ଦାସ, ସୁଧିର ପଣ୍ତା, ସୁଧିର ମଲ୍ଲିକଙ୍କ ସମେତ ଆଗ ଧାଡ଼ିର ନେତାମାନେ ଏହି ନିର୍ବାଚନୀ ପ୍ରଚାରରେ ସାମିଲଥିଲେ ।

ତେନ୍ତୁଲିପଦା ପ୍ରଭାରୀ ମହେନ୍ଦ୍ର ଦାସ, ବିଶ୍ବଜିତ ଦାଶ, ହିମାଂଶୁ ଲେଙ୍କା, ପଞ୍ଚାୟତ ପ୍ରମୁଖ ସରୋଜ ଦାସଙ୍କ ନେତୃତ୍ବରେ ତେନ୍ତୁଲିପଦା ପଞ୍ଚାୟତରେ ଘରଘର ବୁଲି ବିଜେପି ପ୍ରାର୍ଥୀ ରାଜକିଶୋର ବେହେରାଙ୍କ ପାଇଁ ଭୋଟ ଭିକ୍ଷା କରିଥିଲେ । ତିର୍ତୋଲ ପଞ୍ଚାୟତ ପ୍ରଭାରୀ ଦୁର୍ଯୋଧନ ସାହୁଙ୍କ ନେତୃତ୍ବରେ ଷ୍ଟାରପ୍ରଚାରକ ଶ୍ରୀତମ ଦାସ ଯୋଗଦେଇ ଥିଲେ। କୃଷ୍ଣାନନ୍ଦପୁର, ବିଷନପୁର, କନିମୂଳ, ଦାଇଁଲୋ ଓ ଗୋପାଳପୁର(ଶ), କୋଷ୍ଠିମଲ୍ଲିକାପୁର, ଜଗନ୍ନାଥପୁର ପ୍ରଭୃତି ପଞ୍ଚାୟତରେ ସାଂସଦ ଶ୍ରୀମତି ଷଡ଼ଙ୍ଗୀ ନିର୍ବାଚନ ପ୍ରଚାର କରିଥିଲେ ।

ବିଜେପି ଜିଲ୍ଲାସାଧାରଣ ସମ୍ପାଦକ ବିଜୟ କୁମାର ଦାଶ, ବିରଜା ମୋହନ ମହାପାତ୍ର, ଦିଲୀପ ମହାନ୍ତି, ଇଂ ହରିହର ବେହେରା, ପ୍ରଶାନ୍ତ ଦାଶ, ଶାରଳା ମଣ୍ତଳ ସଭାପତି ରୁପକ କୁମାର ଖୁଣ୍ଟିଆ, ଚନ୍ଦନ ତାରେଣିଆ, ମଣ୍ତଳ ମହିଳା ମୋର୍ଚ୍ଚାର ରୋଜାଲିନି ନାୟକ, କଳ୍ପନା ରାଉଳ, ପଞ୍ଚାୟତ ପ୍ରମୁଖ ଆନନ୍ଦ ମହାନ୍ତି, ସହପ୍ରମୁଖ ରଜନୀ ରାଉଳ, ଯୁବମୋର୍ଚ୍ଚା ସଭାପତି ଶୁଭ୍ରକାନ୍ତ ରଣା, ସମିରକାନ୍ତ ଦାସ, ପ୍ରକାଶ ସିଂହ, ଗୀତାଞ୍ଜଳି ରାଉଳ, ସୁଦିପ୍ତ ନାଥ, ସାଗର ଦାସ, ପଞ୍ଚାୟତ ପ୍ରମୁଖ ସଂଗ୍ରାମ ବସନ୍ତିଆ, ବୈଷ୍ଣବ ଗୋଛାୟତ, ବିରେନ ପାଲ, କୈଳାସ ମହାନ୍ତିଙ୍କ ସମେତ ବିଜେପି କର୍ମୀ ଯୋଗଦେଇଥିଲେ

ସମ୍ବନ୍ଧିତ ଖବର