ପାରାଦୀପ: ପାରାଦୀପରେ ଥିବା ଆଇଓସିଏଲ୍ ଫାଟକ ଆଗରେ ଏକ ଆଟାଚିକୁ ନେଇ ସନ୍ଦେହ। ଆଜି ସକାଳୁ ଏହି ଆଟାଚିକୁ କେହି ଜଣେ ଥୋଇ ଚାଲିଯାଇଥିବା ବେଳେ ଏଥିରେ ବୋମା ଥିବା ଗୁଜବ ଚାରିଆଡ଼େ ଖେଳି ଯାଇଥିଲା। ସ୍ଥାନୀୟ ଅଭୟଚାନ୍ଦପୁର ପୁଲିସ, ସିଆଇଏସଏଫ ଏବଂ ଡଗ୍ ସ୍କ୍ୱାଡ ଦ୍ଵାରା ଏହି ଆଟାଚିକୁ ତଦନ୍ତ କରାଯିବା ପରେ ଏଥିରେ ବୋମା ନୁହେଁ ବରଂ ରେଡିଓଗ୍ରାଫି ଟେଷ୍ଟିଂର କିଛି ସମାଗ୍ରୀ ମିଳିଥିବା କୁହାଯାଉଛି।
ଆଟାଚି ଆଣିଥିବା ବ୍ୟକ୍ତି ହେଲେ ଦେବବ୍ରତ ପଣ୍ଡା ଓ ତାଙ୍କ ଘର କଟକ ଜିଲ୍ଲା ମାହାଙ୍ଗା ଶୁକ୍ଳେଶ୍ୱରରେ ବୋଲି ଜଣାପଡ଼ିଛି। ପୁଲିସ ଆଟାଚି ଓ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଆଣି ପଚରାଉଚରା କରୁଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/09/bc7812ac-5514-4a1c-b358-7db7d3cde108.jpeg)