ଜଗତସିଂହପୁର: ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ଚଢଉ କରାଯାଇ ୧୩ ଲକ୍ଷ ୫୦ ହଜାର ଟଙ୍କାର ବ୍ରାଉନସୁଗାର ଜବତ କରାଯିବା ସହିତ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ଜିଲ୍ଲା ଅବକାରୀ ଇନ୍ସପେକ୍ଟର ପ୍ରଭାସ ଚୌଧୁରୀଙ୍କ ସୂଚନା ଅନୁସାରେ ଜଗତସିଂହପୁର ଥାନା ଅନ୍ତର୍ଗତ ପୁରୁଣା କୋର୍ଟ ଛକ ନିକଟରୁ ୧୩୫ ଗ୍ରାମ ବ୍ରାଉନସୁଗାର ଜବତ କରାଯାଇଛି ।
ବ୍ରାଉନସୁଗାର ବେପାରୀ ୭ ନମ୍ବର ୱାର୍ଡ ଓହଳ ଗ୍ରାମର ବ୍ରାଉନସୁଗାର ବେପାରୀ ମିର୍ଜା ଅଖତାର ବେଗଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୧୩ ଲକ୍ଷ ୫୦ ହଜାର ଟଙ୍କା ହେବ ବୋଲି ଜିଲ୍ଲା ଅବକାରୀ ଇନ୍ସପେକ୍ଟର ଶ୍ରୀ ଚୌଧୁରୀ କହିଛନ୍ତି । ଏହି ଚଢଉରେ ଏଏସଆଇ ପିନାକି ରଞ୍ଜନ ରାଉତରାୟ, କନଷ୍ଟେବଳ ଜୟଦେବ ପାତ୍ର, ସବିତା ନାୟକ, ସୁକାନ୍ତ ମାଝି, ବିଶ୍ବରଞ୍ଜନ ସ୍ବାଇଁ ପ୍ରମୁଖ ସାମିଲ ଥିଲେ ।