ଜଗତସିଂହପୁର: ଜଗତ୍ସିଂହପୁରଜିଲା ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ୧୦ ଲକ୍ଷ ୯୦ ହଜାର ଟଙ୍କାର ବ୍ରାଉନସୁଗାର ଜବତ ହୋଇଛି। ଏଥିସହ ଦୁଇଟି ମୋବାଇଲ, ଗୋଟିଏ ଦୁଇ ଚକିଆ ଗାଡ଼ି ମଧ୍ୟ ବିଭାଗ ହାତରେ ବାଜିଛି। ବ୍ରଉନ୍ସୁଗାର୍ କାରବାର ମାମଲାରେ ଜଣଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି। ଜିଲ୍ଲା ଅବକାରୀ ଇନ୍ସପେକ୍ଟର ପ୍ରଭାସ ଚୌଧୁରୀଙ୍କ ସୂଚନା ଅନୁସାରେ, ଜଗତସିଂହପୁର ଥାନା ଅନ୍ତର୍ଗତ କାଦୁଅପଡା ଗ୍ରାମ ନିକଟରୁ ୧୦୩ ଗ୍ରାମ ବ୍ରାଉନସୁଗାର ଜବତ କରାଯାଇଛି।
ବ୍ରାଉନସୁଗାର ବେପାରୀ ଜଣକ ହେଉଛନ୍ତି ସେହି କାଦୁଅପଡା ଗ୍ରାମର। ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୧୦ଲକ୍ଷ ୯୦ହଜାର ଟଙ୍କା ହେବ ବୋଲି ଜିଲା ଅବକାରୀ ଇନ୍ସପେକ୍ଟର ସୂଚନା ଦେଇଛନ୍ତି।
ଏହି ଚଢ଼ାଉରେ ଏସଆଇ ଭାଗ୍ୟଲକ୍ଷ୍ମୀ ଦଳାଇ, ସଦର ଓଆଇସି ସନ୍ତୋଷ ନାୟକ, ଏଏସଆଇ ପିନାକି ରଞ୍ଜନ ରାଉତରାୟ, ଶ୍ରୀଧର ସିଂ, ସବିତା ନାୟକ, ସୁକାନ୍ତ ମାଝୀ, ଅନୁରାଗ ସୂର୍ଯ୍ୟବଂଶୀ ପ୍ରମୁଖ ସାମିଲ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/18/2025-07-18t125305434z-495579873_4103788763196742_5280183960216432299_n-2025-07-18-18-23-05.jpg)
/sambad/media/media_files/2025/10/10/new-project-3-2025-10-10-22-40-14.jpg)