ଜଗତସିଂହପୁର: ଆଜି ଏକ ଦୁଇଜଣିଆ କେନ୍ଦ୍ରୀୟ ପ୍ରତିନିଧି ଦଳ ଜଗତସିଂହପୁର ଗସ୍ତରେ ଆସି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚି କୋଭିଡ ପରିଚାଳନା କାର୍ଯ୍ୟ କିଭଳି ଚାଲିଛି ତାର ସମୀକ୍ଷା କରିଥିଲେ। ଏହି ଦୁଇଜଣିଆ ପ୍ରତିନିଧି ଦଳରେ ଡକ୍ଟର ଶିବାନୀ ଦତ୍ତା, ଡକ୍ଟର ପ୍ରଶାନ୍ତ ରାଘବ ମହାପାତ୍ର ଆସିଥିବା ଜଣାପଡ଼ିଛି।
ଏହି ସମୀକ୍ଷା ବୈଠକରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ, ଅତିରିକ୍ତ ଜିଲ୍ଲା ଚିକିତ୍ସାଧିକାରୀ ଏବଂ କୋଭିଡ ପରିଚାଳନାରେ ଥିବା ଜିଲ୍ଲାର ସମସ୍ତ ଅଧିକାରୀ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ। ଏଥି ସହିତ ଏହି କେନ୍ଦ୍ରୀୟ ପ୍ରତିନିଧି ଦଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଥିବା କୋଭିଡ ଟିକାକରଣ କେନ୍ଦ୍ର, ଆଇସୋଲେସନ ସେଣ୍ଟରର ତଦାରଖ କରିବା ସହ କୋଭିଡ ସ୍ଥିତି ଅନୁଧ୍ୟାନ କରିଥିଲେ। ଜିଲ୍ଲାରେ କୋଭିଡ ପରିଚାଳନା ସନ୍ତୋଷଜନକ ରହିଥିବା ପ୍ରକାଶ କରିଥିଲେ ପ୍ରତିନିଧି ଦଳ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/07/jsp.jpg)