ଆଇଓସିଏଲ୍‌ ସମ୍ମୁଖରେ କଂଗ୍ରେସର ଆନ୍ଦୋଳନ

ଶ୍ରମିକଙ୍କ ସହ ଅନଶନରେ ବାପି ସର୍ଖେଲ

ଜଗତସି˚ହପୁର: ତୈଳ ବିଶୋଧନାଗାର ପ୍ରକଳ୍ପରେ ସ୍ଥାନୀୟ ଯୁବକ/ଯୁବତୀଙ୍କୁ ନିଯୁକ୍ତି ଦାବିରେ ରାସ୍ତାକୁ ଓହ୍ଲାଇଛି ପାରାଦୀପ-ଏରସମା ଶିଳ୍ପାଞ୍ଚଳ ଶ୍ରମିକ ସ˚ଘ। ଆଜି ସକାଳୁ ତୈଳ ବିଶୋଧନାଗାର ସମ୍ମୁଖରେ ସ˚ଘର କର୍ମକର୍ତ୍ତା ଓ ଶତାଧିକ ଶ୍ରମିକ ଅନିର୍ଦ୍ଦିଷ୍ଟ କାଳ ପାଇଁ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଲା, ଏହି ଆନ୍ଦୋଳନର ନେତୃତ୍ବ ନେଉଥିବା ସ˚ଘର ସଭାପତି ତଥା କ˚ଗ୍ରେସ ନେତା ବାପି ସର୍ଖେଲ ନିଜେ ମଧ୍ୟ ଅନଶନରେ ବସିଛନ୍ତି। କମ୍ପାନି କତ୍ତୃର୍ପକ୍ଷ ସ୍ଥାନୀୟ ଯୁବଗୋଷ୍ଠୀଙ୍କ ନିମନ୍ତେ ଶତକଡ଼ା ୬୦ଭାଗ ସ˚ରକ୍ଷଣ ବ୍ୟବସ୍ଥା ଘୋଷଣା ନ କରିବା ପର୍ଯ୍ୟନ୍ତ ଅନଶନ ଚାଲୁ ରହିବ ବୋଲି ବାପି କହିଛନ୍ତି।
ଆନ୍ଦୋଳନକାରୀଙ୍କ ଅଭିଯୋଗ ଅନୁଯାୟୀ, ପାରାଦୀପ ତୈଳ ବିଶୋଧନାଗାର ତିନିବର୍ଷ ପୂର୍ବରୂ ପୂର୍ଣ୍ଣ କାର୍ଯ୍ୟକ୍ଷମ ହେଲାଣି। ଏହି ପ୍ରକଳ୍ପକୁ ଦେଶବାସୀଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବା ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଥିଲେ ଯେ, ଏହି ପ୍ରକଳ୍ପ ଯୋଗୁଁ ଜଗତସି˚ହପୁର ଜିଲ୍ଲାର ଯୁବସମାଜ ଅଧିକ ଉପକୃତ ହେବେ। ମାତ୍ର ପ୍ରଧାନମନ୍ତ୍ରୀଙ୍କ ସେ ପ୍ରତିଶ୍ରୁତି କେବଳ କଥାରେ ରହିଗଲା। ଏହି ବିଭାଗର ମନ୍ତ୍ରୀ ଜଣେ ଓଡ଼ିଆ ପୁଅ ହୋଇଥିଲେ ବି ଏଠାକାର ଯୁବଗୋଷ୍ଠୀ ଆଜି ନିଯୁକ୍ତି ନିମନ୍ତେ ଡହଳବିକଳ ହେଉଛନ୍ତି। ଏହି ପ୍ରକଳ୍ପ ଯୋଗୁଁ ଜଗତସି˚ହପୁର ଜିଲ୍ଲାର ନାହିଁନଥିବା କ୍ଷତି ହୋଇଛି। ସାଧାରଣ ଜନତାଙ୍କ ଆର୍ଥିକ ମେରୁଦଣ୍ତ ଭାଙ୍ଗିଯାଇଛି। କାରଖାନାରୁ ନିର୍ଗତ ବିଷାକ୍ତ ଗ୍ୟାସ୍‌ ଯୋଗୁଁ ଅଞ୍ଚଳରେ ବିଭିନ୍ନ ରୋଗ ବ୍ୟାପୁଛି। ତା’ସତ୍ତ୍ବେ, ସ୍ଥାନୀୟ ଲୋକଙ୍କୁ ନିଜ ହକ୍‌ ଦେବାରେ ଏହି କମ୍ପାନି କତ୍ତୃର୍ପକ୍ଷ ଟାଳଟୁଳ ନୀତି ଅବଲମ୍ବନ କରୁଛନ୍ତି। ଜମି ହରାଇଥିବା ୧୭୫୨ପରିବାରରୁ ଅତିକମ୍‌ରେ ଜଣେ ଲେଖାଏଁଙ୍କୁ ଚାକିରି, ପ୍ରକଳ୍ପ ଯୋଗୁଁ ବିସ୍ଥାପିତ ହୋଇଥିବା ପରିବାର ମଧୢରୁ ‌ଜଣେ ଲେଖାଏଁଙ୍କୁ ଚାକିରି, ପ୍ରଦୂଷଣକୁ ରୋକିବା ପାଇଁ ବ୍ୟାପକ ବୃକ୍ଷରୋପଣ କରାଯିବା ସହ ଏହାର ଚାରିପଟେ ଥିବା ପଞ୍ଚାୟତଗୁଡ଼ିକରେ କମ୍ପାନି ସିଏସ୍‌ଆର ପାଣ୍ଠି ଦ୍ବାରା ବିଶୁଦ୍ଧ ପାନୀୟଜଳ ଯୋଗାଣର ବ୍ୟବସ୍ଥା କରିବା ଆବଶ୍ୟକ। ଏଣୁ ତୈଳ ବିଶୋଧନାଗାର କତ୍ତୃର୍ପକ୍ଷ ତୁରନ୍ତ ଏହି ଦାବି ପୂରଣ ନିମନ୍ତେ ପଦକ୍ଷେପ ନେବାପାଇଁ ସେ ଦାବି କରିଛନ୍ତି। ଅନ୍ୟମାନଙ୍କ ମଧୢରେ ଏହି ଆନ୍ଦୋଳନରେ ବନ୍ଦର ଟ୍ରଷ୍ଟି ପରେଶ ମୁର୍ମୁ ପାରାଦୀପ ପୋର୍ଟ ଡିଏଲଆର୍‌ ଏବ˚ କଣ୍ଟ୍ରାକ୍‌ଚୁଆଲ ୱାର୍କରସ୍‌ ୟୁନିଅନ କାର୍ଯ୍ୟକାରୀ ସଭାପତି ଶ୍ରୀକାନ୍ତ ରାୟ, ଉପ-ସଭାପତି ରଞ୍ଜିତ ଦାସ ମହାପାତ୍ର, ସ˚ପାଦକ ସମୀର ବିଶ୍ବାଳ, ସଂଗଠନ ସ˚ପାଦକ ସୁରେଶ ସାହୁ, ଅନ୍ତର୍ଯ୍ୟାମୀ ବାରିକ, କୁଜଙ୍ଗ ଓକିଲ ସ˚ଘ ସଭାପତି ଏଏନ୍‌ଡି ଯାଦବ, ଆଇନଜୀବୀ ରମେଶ ଦାସ ଓ ଶ୍ରମିକ ନେତା ସନ୍ତୋଷ ସ୍ବାଇଁଙ୍କ ସମତେ ବନ୍ଦର ନଗରୀରେ କାର୍ଯ୍ୟରତ ଶତାଧିକ ଅସ୍ଥାୟୀ ଶ୍ରମିକ ଏହି ଆନ୍ଦୋଳନରେ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର