ଜଗତସିଂହପୁର: ଆଜି ଜିଲ୍ଲା କଂଗ୍ରେସ ସଭାପତି ଦେବ ପ୍ରସାଦ ନାୟକଙ୍କ ନେତୃତ୍ବରେ ମନରେଗା ଆଇନର ପୁନଃ ପ୍ରଚଳନ ଓ ଧାନ ମଣ୍ଡି ଗୁଡିକରେ ଚାଷୀମାନେ ଭୋଗୁଥିବା ସମସ୍ଯାକୁ ନେଇ ଶତାଧିକ କଂଗ୍ରସ କାର୍ଯ୍ଯକର୍ତ୍ତାମାନେ ଜିଲ୍ଲାପାଳଙ୍କ କାର୍ଯ୍ଯାଳୟ ସମ୍ମୁଖରେ ଗଣଧାରଣାରେ ବସିଥିଲେ। ମହାତ୍ମା ଗାନ୍ଧୀ କର୍ମନିଯୁକ୍ତି ଯୋଜନାର ନାମକରଣ ବଦଳାଇବା, ଯୋଜନାର ରୂପରେଖ ବିକୃତ କରିବା ଏବଂ ମନରେଗା ଆଇନରେ ଥିବା ଶ୍ରମିକଙ୍କ ସ୍ବାଧୀନ ଅଧିକାର ଓ ପଚାଂୟତର କ୍ଷମତାକୁ କେନ୍ଦ୍ର ସରକାର ଭିବି-ଜି-ରାମ ଜି ସ୍କିମ ମାଧ୍ଯମରେ ନିଜ ହାତକୁ ନେଇ ଯିବା ସହ ତାକୁ କେନ୍ଦ୍ର ର ଇଛାଧୀନ କରି ରଖିବାକୁ ବିରୋଧ କରି ଧାରଣା ଦେଇଥିଲେ। ତତସହିତ ଜିଲ୍ଲାର ଧାନ ମଣ୍ଡି ଗୁଡିକରେ ଚାଷୀମାନଙ୍କ ଠାରୁ ଭଲ ଧାନ କୁ ଖରାପ ଦର୍ଶାଇ ଜୋର ଜବରଦସ୍ତ ପାଖାପାଖି ୪ କିଲେ ଧାନ କାଟ ନିଆଯାଉଛି।
ଦୁଃଖର ବିଷୟ ଅଖା ବାବଦକୁ କ୍ବିଣ୍ଟାଲ ପ୍ରତି ୧.୫ କିଲୋ ଧାନ କାଟିବା ସତ୍ତ୍ବେ ଚାଷୀମାନଙ୍କୁ ଚିରା ଫଟା ଅଖା ଦିଆ ଯାଉଛି। ଜିଲ୍ଲାରେ ଧାନ ସଂଗ୍ରହ ପାଇଁ ମାତ୍ର ଅଳ୍ପ ସଂଖ୍ଯକ ମିଲର ଥିବାରୁ ସେମାନଙ୍କର ଏକଚାଟିଆ ନିତି ଚାଲୁ ଥିବାରୁ କଂଗ୍ରେସ ଦଳ ଅଧିର ସଂଖ୍ଯକ ମିଲକ ନିଯୁକ୍ତ କରିବା ପାଇଁ ଦାବି ରଖିଛି। ଜିଲ୍ଲାରେ ମିଲରମାନଙ୍କ ସଂଖ୍ଯା କମ୍ ଥିବାରୁ କ୍ବିଣ୍ଟାଲ କ୍ବିଣ୍ଟାଲ ଧାନ ମଣ୍ଡିରେ ପଡ଼ି ରହୁଛି। ମଣ୍ଡିରେ କଣ୍ଟା ବାବଦକୁ ସୋସାଇଟି କଣ୍ଟା ଶ୍ରମିକଙ୍କୁ ପାରିଶ୍ରମିକ ଦେଉଥିବା ସତ୍ତ୍ବେ ଚାଷୀମାନଙ୍କଠୁ ମଧ୍ଯ ଅତିରିକ୍ତ ପଇସା ଆଦାୟ କରାଯାଉଛି। ମନରେଗା ଆଇନର ପୁନଃପ୍ରଚଳନ ଏବଂ ଧାନ ମଣ୍ଡି ଗୁଡ଼ିକରେ ଚାଷୀର ସମସ୍ଯାକୁ ଦୃଷ୍ଟି ଦେବା ସହ ତୁରନ୍ତ ସମାଧାନ କରିବା ପାଇଁ ଜିଲ୍ଲା କଂଗ୍ରେସର ଏକ ପ୍ରତିନିଧି ଦଳ ଜିଲ୍ଲାପାଳଙ୍କୁ ପୃଥକ ପୃଥକ ଦାବି ପତ୍ର ପ୍ରଦାନ କରିଥିଲେ।
ଆହୁରି ପଢ଼ନ୍ତୁ: India Reduces Dependence: ଚୀନ୍ରୁ କମିଛି ମୋବାଇଲ୍ ଫୋନ୍ ଆମଦାନି, ଆତ୍ମନିର୍ଭରଶୀଳ ହେଉଛି ଭାରତ
ଏଥିରେ ଜିଲ୍ଲା କଂଗ୍ରେସ କମିଟିର ଉପସଭାପତି ଦିବର ଦାସ, ବଲ୍ଲଭାନନ୍ଦ ସ୍ବାଇଁ, ପ୍ରଶାନ୍ତ ଦାସ, ଅଶ୍ବିନୀ ସ୍ବାଇଁ, ମହମ୍ମଦ ଅବଦୁଲ ଓ୍ବାହିଦ, ଅମ୍ବିକା ପ୍ରସାଦ ଦାସ, ସୁବ୍ରତ ରାୟ, କାର୍ଯ୍ଯକାରୀ ସଦସ୍ଯ ଶ୍ରୀଚରଣ ରାଉତ, ଦିପ୍ତିରାଣୀ ପ୍ରଧାନ, ଜିଲ୍ଲା କଂଗ୍ରେସ ସାଧାରଣ ସମ୍ପାଦକ ବିଦ୍ଯାଧର ବାରିକ, ଶୁଭ ନାରାୟଣ ନାୟକ, ଜାନକୀ ମହାରଥା, ବାବୁଲି ପଟ୍ଟନାୟକ, ଅଶୋକ ଜେନା, ଜିଲ୍ଲା କଂଗ୍ରେସ କମିଟିର ସମ୍ପାଦକ ସରୋଜ ପ୍ରଧାନ, ରୂପଶ୍ରୀ ରାଗିଣୀ ଦାସ, ଦିଲ୍ଲୀପ ମାହାର, ଜିତୁ ନାରାୟଣ ସାହୁ, ଧନଞ୍ଜୟ ସୂତାର, ମାନସ ଗୋଚ୍ଛାୟତ, ବୃନ୍ଦାବନ ପ୍ରଧାନ, ପ୍ରହଲ୍ଲାଦ ବିଶ୍ବାଳ, ଜିଲ୍ସା କଂଗ୍ରେସ କମିଟି ମୁଖପାତ୍ର ସର୍ବେଶ୍ବର ପଣ୍ଡା, ଜଗତସିଂହପୁର ନଗର କଂଗ୍ରେସ କମିଟି ସଭାପତି ପ୍ରଶାନ୍ତ ମହାପାତ୍ର, ନାଉଗାଁ ବ୍ଲକ କଂଗ୍ରେସ ସଭାପତି ବିଚିତ୍ରା ନନ୍ଦ ଲେଙ୍କା, ଜଗତସିଂହପୁର ବ୍ଲକ କଂଗ୍ରେସ ସଭାପତି ଜ୍ଞାନ ରଞ୍ଜନ ପୃଷ୍ଚି, ଏରସମା ବ୍ଲକ କଂଗ୍ରେସ ସଭାପତି ପିନାକୀ ନାରାୟଣ ଦାସ, ତିର୍ତ୍ତୋଲ ବ୍ଲକ କଂଗ୍ରେସ ସଭାପତି ସଫି ଆଜମ୍, ରଘୁନାଥପୁର ବ୍ଲକ କଂଗ୍ରେସ ସଭାପତି ଆର୍ତ୍ତତ୍ରାଣ ପଣ୍ଡା, ପୂର୍ବତନ କୁଜଙ୍ଗ ବ୍ଲକ କଂଗ୍ରେସ ସଭାପତି ନିହାର ଦାସ, ମହନି ଚରଣ ରାଉତ, ମୂଳିସିଂହ ସମିତିସଭ୍ଯ ରଜଂନ କୁମାର ସାହୁ , ପିତେଇପୁର ସମିତିସଭ୍ଯ ହିମାଂଶୁ ପରିଡା, ଗରାମ ସରପଂଚ ପ୍ରଦ୍ଯୁମ୍ନ କିଶୋର ଚୟନୀ, ପ୍ରାଚୀ ଚୟନୀ, ମଣିଜଙ୍ଗା ସରପଞ୍ଚ ଶଶଧର ମଲ୍ଲିକ, କୃଷ୍ଣଚନ୍ଦ୍ର ସ୍ବାଇଁ, ସତ୍ଯବ୍ରତ ଦାସ, ପ୍ରଶାନ୍ତ ଲେଙ୍କା, ନାରାୟଣ ନାୟକ, ସୌମ୍ଯକାନ୍ତ ସିଂହ , ସୂରଜକାନ୍ତ ଦାସ, ଅନନ୍ତ ନାରାୟଣ ପୃଷ୍ଚି , ପ୍ରତମ ପରିଜା , ସରସ୍ବତୀ ସାହୁ , ସାଇ ପ୍ରଭଞ୍ଜନ ମହାପାତ୍ର ପ୍ରମୁଖ ଯୋଗଦାନ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2026/01/01/2026-01-01t113431602z-img_20251207_112601-2026-01-01-17-04-31.jpg)
/sambad/media/media_files/2026/02/06/jagatsingpur-2026-02-06-16-30-57.jpg)