ଜଗତସିଂହପୁର: ବାଣ ଭିଡୁଥିବା ବେଳେ ଭୟଙ୍କର ବିସ୍ଫୋରଣରେ ଘରର ଛାତ ଉଡ଼ିଯାଇଛି। ଏଥିରେ ଜଣଙ୍କର ମୃତ୍ୟୁ ହୋଇଛି। ଅନ୍ୟ କିଛି ଲୋକ ଭଗ୍ନାବଶେଷ ତଳେ ଚାପି ହୋଇଯାଇଛନ୍ତି। ଜଗତସିଂହପୁର ସଦର ଥାନା ଅଧୀନ ବଡ଼ବାଗ ଗାଁରେ ଶୁକ୍ରବାର ରାତିରେ ଏହି ଅଭାବନୀୟ ଘଟଣା ଘଟିଛି। ମୃତ ବ୍ୟକ୍ତି ହେଲେ ରାଜେଶ କୁମାର ଦାସ।
ସୂଚନା ଅନୁସାରେ ବଡ଼ବାଗ ଗାଁରେ ଆଜି ରାତିରେ ସୁଶିଲ କୁମାର ଦାସଙ୍କ ଘରେ ବାଣ ଭିଡ଼ା ଚାଲିଥିଲା। ଘର ଭିତରେ ଥିବା ସୁଶିଲଙ୍କ ବଡ଼ପୁଅ ରାଜେଶ କୁମାର ଦାସଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ରାଜେଶଙ୍କ ପତ୍ନୀ, ମଝିଆ ପୁଅ ପରେଶ କୁମାର ଦାସ ଓ ତାଙ୍କ ପତ୍ନୀ ଛାତ ତଳେ ଚାପି ହୋଇ ରହିଛନ୍ତି। ରାତି ପ୍ରାୟ ପ୍ରାୟ ସାଢ଼େ ୧୦ଟାରେ ଏହି ସମୟରେ ବାଣ ବିସ୍ଫୋରର ହୋଇଥିଲା। ଏହା ଅତି ଭୟଙ୍କର ଥିଲା। ଫଳରେ ଘରର ଛାତ ଉଡ଼ି ଯାଇଥିଲା। ଘରର ଛାତ ଭାଙ୍ଗିବା କାରଣରୁ ସମସ୍ତେ ଚାପି ହୋଇଯାଇଥିଲେ। ବଡ଼ଧରଣର ଶଦ୍ଦ ଶୁଣି ଆଖପାଖ ଘରର ଲୋକେ ଦୌଡ଼ି ଆସିଥିଲେ। ସ୍ଥାନୀୟ ଲୋକେ ଏନେଇ ପୁଲିସ ଓ ଅଗ୍ନିଶମ ବିଭାଗକୁ ସୂଚନା ଦେଇଥିଲେ।
ବାଣ ଭିଡୁଥିବା ବେଳେ ବିସ୍ଫୋରଣ ଘଟିଛି। ଏଥିରେ ଗୋଟିଏ ପରିବାରର ଏକାଧିକ ବ୍ୟକ୍ତି ଆହତ ହୋଇଛନ୍ତି। ଆହତମାନଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
/sambad/media/media_files/2025/01/03/8c6d8c7c-a7a9-4b84-a34f-33f4ef440acf.jpg)
ଖବର ପାଇ ପୁଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିଛି। ଭଗ୍ନାବଶେଷ ତଳେ ଚାପି ହୋଇଥିବା ଲୋକମାନଙ୍କୁ ଉଦ୍ଧାର ପାଇଁ ଟିମ୍ ନିୟୋଜିତ ଅଛନ୍ତି। ରିପୋର୍ଟ ଲେଖାଯିବା ବେଳକୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି। କେତେ ଜଣ ବାଣ ଭିଡୁଥିଲେ ତାହା ସ୍ପଷ୍ଟ ହୋଇପାରି ନାହିଁ। ମୃତାହତଙ୍କ ସଂପର୍କରେ ଅଧିକ ଜଣାପଡ଼ି ନାହିଁ। ତେବେ ପାରିପାର୍ଶ୍ବିକ ଅବସ୍ଥାରୁ ଏକାଧିକ ଆହତ ଥିବା ସୂଚନା ମିଳିଛି। ଆହତମାନଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନା ନିଆଯାଉଛି।
ସ୍ଥାନୀୟ ଏସ୍ଡିପିଓ ଗଣମାଧ୍ୟମକୁ କହିଛନ୍ତି, ସ୍ଥାନୀୟ ଲୋକଙ୍କ ଠାରୁ ସୂଚନା ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଥିଲା। ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଆହତମାନଙ୍କୁ ଉଦ୍ଧାର କରାଯାଇ ସେମାନଙ୍କର ଚିକିତ୍ସା ପାଇଁ ଡାକ୍ତରଖାନାକୁ ନିଆଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/01/03/de00f22f-3085-4b8c-894d-7d167cab1acc.jpg)