ପାରାଦୀପ: ପାରାଦୀପର ଲକ୍ ଥାନା ଅଞ୍ଚଳରେ ଆଜି ଭୋରରେ ଏକ ବାଣ ଦୋକାନ ଜଳି ଯାଇଥିବାର ଖବର ମିଳିଛି। ପାରାଦୀପ ଉପକଣ୍ଠ ନୂଆଗଡ଼ ଛକରେ ଖୋଲିଥିବା ଏହି ଅସ୍ଥାୟୀ ବାଣ ଦୋକାନରେ ଅଗ୍ନିକାଣ୍ଡ ଯୋଗୁ ଲକ୍ଷାଧିକ ଟଙ୍କାର ବାଣ ଜଳି ଯାଇଛି। ତେବେ ଏଥିରେ କେହି ମୃତାହତ ହୋଇନଥିବା ଜଣାଯାଇଛି।
ବାଣ ଦୋକାନରେ ନିଆଁ ଲାଗିବା ପରେ ସ୍ଥାନୀୟ ଲୋକେ ଭୟଭୀତ ହୋଇଥିଲେ। କିନ୍ତୁ ସେମାନେ ସାହସର ସହ ନିଆଁ ଲଭାଇବା ଲାଗି ଉଦ୍ୟମ କରିଥିଲେ। କିନ୍ତୁ ନିଆଁ ସଂସ୍ପର୍ଶରେ ଆସି ଦୋକାନରେ ବିକ୍ରି ପାଇଁ ଗଚ୍ଛିତ ଥିବା ବାଣଗୁଡ଼ିକ ଫୁଟି ନଷ୍ଟ ହୋଇଯାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/11/Cracker-Shop-Gets-Fire-Burn_Thumbnail.jpg)