ଜଗତସିଂହପୁର ଟାଉନ୍: ସାମୁଦ୍ରିକ ଝଡ଼ ‘ତିତ୍ଲି’ ଭୟଙ୍କର ରୂପ ନେଇ ସ୍ଥଳ ଭାଗୁକୁ ଛୁଇଁବ ବୋଲି ତା’ ପୂର୍ବରୁ ଜିଲ୍ଳା ପ୍ରଶାସନ ସମସ୍ତ ପ୍ରସ୍ତୁତି ଶେଷ କରିଛି। ତେବେ, ଜିଲ୍ଳା ମୁଖ୍ୟ ଚିକିତ୍ସାଳୟରେ ହୋଇଥିବା ପ୍ରସ୍ତୁତିକୁ ନେଇ ରୋଗୀ ଓ ସମ୍ପର୍କୀୟଙ୍କ ମଧ୍ୟରେ ଛନକା ପଶିଛି। ମେଡିକାଲ୍ରେ ଚିକିତ୍ସିତ ହେଉଥିବା ରୋଗୀ ଯେପରି ସମସ୍ୟା ନ ଭୋଗନ୍ତି ସେଥିପ୍ରତି ସ୍ବାସ୍ଥ୍ୟ ବିଭାଗ ତତ୍ପରତା ଦେଖାଉନଥିବା ସାମ୍ନାକୁ ଆସିଛି। ରୋଗୀଙ୍କ ସମ୍ପର୍କୀୟମାନେ ବସିବା ପାଇଁ ଥିବା ସ୍ଥାନରେ କେତେଜଣ ପ୍ରସୂତିଙ୍କୁ ଶଯ୍ୟା ଯୋଗାଇ ଦିଅାଯାଇଛି। ଖାଲି ସେତିକି ନୁହେଁ, ପ୍ରତିକୂଳ ପାଗ, ଭୀଷଣ ବର୍ଷା ଓ ପବନ ଲାଗି ରହିଥିଲେ ବି ଅାଜି ଅନେକ ପ୍ରସୂତି ବାରଣ୍ଡାରେ ପଡ଼ି ରହିଛନ୍ତି। ସେହିପରି ଛୋଟ ପିଲାଙ୍କୁ ନେଇ ମା’ମାନେ ବାରଣ୍ଡାରେ ଅସୁରକ୍ଷିତ ଭାବେ ପଡ଼ି ରହିଛନ୍ତି। ଏନେଇ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ଅଶୋକ ପଟ୍ଟନାୟକ କହିଛନ୍ତି ଯେ, ଜିଲ୍ଲାର ୮ଟି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପ୍ରସୂତିଙ୍କୁ ଚିକିତ୍ସା କରାଯିବା ସହ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମଧ୍ୟ ଚିକିତ୍ସା ଓ ଅନ୍ୟାନ୍ୟ ବ୍ୟବସ୍ଥା କରାଯାଉଛି।
ଦୟନୀୟ ସ୍ଥିତିରେ ପ୍ରସୂତି
/sambad/media/post_attachments/wp-content/uploads/2018/10/jgtsghpr-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)