ଜଗତସି˚ହପୁର : ପାରାଦୀପ ବିଧାୟକ ଡାକ୍ତର ଦାମୋଦର ରାଉତଙ୍କ ନୂଆ ରାଜନୈତିକ ଦଳର ନାମ ରହିବ ‘ବିଜୁ ସମତା କ୍ରାନ୍ତି ଦଳ’। ବର୍ତ୍ତମାନ ଏହାର ରୂପରେଖ ପ୍ରସ୍ତୁତ କରାଯାଉଛି। ଦୁଇ ଦିନ ଭିତରେ ସ୍ପଷ୍ଟ ଚିତ୍ର ସାମନାକୁ ଆସିବ। ଆଜି ପାରାଦୀପ ସର୍କିଟ ହାଉସରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଡାକ୍ତର ରାଉତ ଏହି ସୂଚନା ଦେଇଛନ୍ତି। କିନ୍ତୁ ଏହି ଦଳରେ କେଉଁମାନେ ସାମିଲ ହେବେ, ସେ ନେଇ କୌଣସି ସୂଚନା ଦାମ ଦେଇ ନଥିବା ବେଳେ ଯେପର୍ଯ୍ୟନ୍ତ ଦଳ ଜନ୍ମ ନ ନେଇଛି, ସେ ପର୍ଯ୍ୟନ୍ତ ସମସ୍ତଙ୍କ ସାମନାରେ ସବୁ କଥା କହିବା ଠିକ୍ ହେବ ନାହିଁ ବୋଲି କହିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ଦାମ ଜଗତସିଂହପୁର ସା˚ସଦ କୁଳମଣି ସାମଲ, ବିଧାୟକ ଦେବାଶିଷ ସାମନ୍ତରାୟ, ପ୍ରଶାନ୍ତ ମୁଦୁଲି, ମନ୍ତ୍ରୀ ପ୍ରଫୁଲ୍ଲ ସାମଲ, ପ୍ରତାପ ଜେନା, ନଗର ବିଜେଡି ସଭାପତି ସୁମନ୍ତ ବିଶ୍ବାଳ, ସ˚ପାଦକ ତଥା ପୌରାଧୢକ୍ଷ ବସନ୍ତ ବିଶ୍ବାଳ ପ୍ରମୁଖଙ୍କ ନାମ ନେଇ ସମାଲୋଚନା କରିଛନ୍ତି।
ଦାମ ଗଢ଼ିବେ ‘ବିଜୁ ସମତା କ୍ରାନ୍ତି’ ଦଳ
/sambad/media/post_attachments/wp-content/uploads/2018/11/DAMA-Rout-875.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)