ପାରାଦୀପ: ପାରାଦୀପ ମେରାଇନ ଡ୍ରାଇଭ ରୋଡରେ ଝୁଲିଛି ଶବ। ସମୁଦ୍ର କୂଳ ରାସ୍ତାକଡ଼ରେ ଥିବା ଝାଉଁବଣରେ ଜଣେ ଯୁବକଙ୍କର ମୃତଦେହ ଝୁଲୁଥିବା ଦେଖାଯାଉଛି। ଯୁବକ ଜଣଙ୍କ ପ୍ୟାଣ୍ଟ ଓ ଗଞ୍ଜି ପିନ୍ଧିଥିବା ବେଳେ ଏକ ଗାମୁଛା ସାହାଯ୍ୟରେ ଗଛ ଦେହରେ ଝୁଲୁଥିବା ବେଳେ ଅନେକ ଲୋକ ରାସ୍ତାକଡ଼ରେ ଏହାକୁ ଦେଖିବାକୁ ଜମା ହୋଇଛନ୍ତି ।
ତେବେ ଯୁବକ ଜଣଙ୍କର ପରିଚୟ ଅସ୍ପଷ୍ଟ ଥିବା ବେଳେ ଏହା ହତ୍ୟା କି ଆତ୍ମହତ୍ୟା ତାହା ସ୍ପଷ୍ଟ ହୋଇନାହିଁ । ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/06/p.jpg)