ପାରାଦୀପ: ନେହେରୁ ବଙ୍ଗଳା ମାଛଧରା ବନ୍ଦରରେ ଭାସୁଛି ଶବ। ମୃତକଙ୍କ ନାମ ହେମନ୍ତ ମଳିକ। ତାଙ୍କ ଘର ଭଦ୍ରକ ଜିଲ୍ଲା ବାସୁଦେବପୁର ଥାନା ନୂଆଙ୍କରେ ବୋଲି ସୂଚନା ରହିଛି। ଗତକାଲି ରାତିରୁ ଶବ ଟି ଭାସୁଥିବାର ସୂଚନା ମିଳିଥିବା ବେଳେ ମାଛଧରା ଜେଟୀ ଭିତରକୁ ଶବଟି କିଭଳି ଆସିଲା, ଯୁବକଙ୍କ ମୃତ୍ୟୁ କିଭଳି ହେଲା ତାହା ଜଣାପଡିନାହିଁ।
ମୃତ ଯୁବକ ଜଣକ ଏକ ଗାରପକା ହାଫ ଗଞ୍ଜି ଓ ହାଫପ୍ୟାଣ୍ଟ ପିନ୍ଧିଥିବା ଦେଖିବାକୁ ମିଳିଛି। ମୃତକଙ୍କ ନାମ ହେମନ୍ତ ମଳିକ, ତାଙ୍କ ଘର ଭଦ୍ରକ ଜିଲ୍ଲା ବାସୁଦେବପୁର ଥାନା ନୂଆଙ୍କ ବୋଲି ଜଣାପଡ଼ଛି। ଗତ ୨୨ ତାରିଖ ଠାରୁ ହେମନ୍ତ ନିଖୋଜ ଥିବା ବେଳେ ସ୍ଥାନୀୟ ନେହେରୁ ବଙ୍ଗଳା ଥାନାରେ ଏକ ନିଖୋଜ ଅଭିଯୋଗ ଦିଆଯାଇଥିଲା। ମମତା ମହିମା ବୋଟରେ ସେ କର୍ମଚାରୀ ଭାବେ କାର୍ଯ୍ୟ କରୁଥିଲେ। ତାଙ୍କର ମୃତ୍ୟୁକୁ ନେଇ ଏବେ ସନ୍ଦେହ ଉପୁଜିଥିବା ଆଲୋଚନା ହେଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/09/unt-15.jpg)