କୁଜଙ୍ଗ/ରାହାମା: ଏରସମା ବ୍ଲକ ଅନ୍ତର୍ଗତ ବଳେଇପୁର ପଞ୍ଚାୟତର ସିଂହପୁର ଗାଁର ଜଳାଶୟ ଭିତରୁ ଆଜି ଗ୍ରାମବାସୀମାନେ ଏକ ହରିଣ ଉଦ୍ଧାର କରି ଜଙ୍ଗଲ ବିଭାଗ କର୍ମଚାରୀଙ୍କୁ ହସ୍ତାନ୍ତର କରିଛନ୍ତି। ଆଜି ଭୋର୍ ସମୟରେ ଏହି ହରିଣ ସିଂହପୁର ଗାଁରେ ପଶି ସୋରିଶ ଫୁଲ ଖାଉଥିବାର ଲୋକ ଦେଖିଥିଲେ। ମଧ୍ୟାହ୍ନ ସମୟରେ କୌଣସି ପ୍ରକାରେ ହରିଣଟି ଏକ ଜଳାଶୟ ମଧ୍ୟରେ ପଡ଼ି ଯାଇଥିଲା। ସ୍ଥାନୀୟ ଯୁବକ ରବିନା ସ୍ୱାଇଁ, ସଂଜୟ ସ୍ୱାଇଁ, ଦୀପୁନା ସ୍ୱାଇଁ, ସୁନାକର ସ୍ୱାଇଁ, ଦେବବ୍ରତ ରାଉତ ପ୍ରମୁଖ ଜଳାଶୟ ମଧ୍ୟରୁ ହରିଣକୁ ଉଦ୍ଧାର କରିଥିଲେ। ସ୍ଥାନୀୟ ସରପଞ୍ଚ ଘଟଣାସ୍ଥଳରେ ପହଁଚି କୁଜଙ୍ଗ ବନ ବିଭାଗ ଅଧିକାରୀଙ୍କୁ ଖବର ଦେଇଥିଲେ। ବାଲିତୁଠର ବନରକ୍ଷକ ଲକ୍ଷ୍ମୀପ୍ରିୟା ଖଟୁଆ ନଳକଣିରେ ପହଞ୍ଚି ହରିଣଟିକୁ ନେଇ ନୂଆଗାଁସ୍ଥିତ ବାଙ୍କସାହି ଡାକନାସୀ ଜଙ୍ଗଲରେ ଛାଡିଥିବା ଜଣାପଡିଛି।
ଜଳାଶୟରୁ ହରିଣ ଉଦ୍ଧାର
/sambad/media/post_attachments/wp-content/uploads/2018/02/jgtsgh-2.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)