ଜଗତ୍‌ସିଂହପୁର: ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କଲେ ଶତାଧିକ ଚାଷୀ

ଜଗତ୍‌ସିଂହପୁର: ଜଗତ୍‌ସିଂହପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସୋମବାର ଶତାଧିକ ଚାଷୀ ବିକ୍ଷୋଭ ପ୍ରଦର୍ଶନ କରି ଗଣ ଉପବାସରେ ବସିଛନ୍ତି। ଫନି ଓ ଅମ୍ପାନ ହେତୁ କ୍ଷତିଗ୍ରସ୍ତ ହୋଇଥିବା ଚାଷୀମାନଙ୍କୁ ଏଯାଏ ବି ସରକାରଙ୍କ ପକ୍ଷରୁ କ୍ଷତି ପୂରଣ ମିଳି ନାହିଁ ବୋଲି ଚାଷୀମାନେ ଅଭିଯୋଗ କରିଛନ୍ତି। ଚାଷୀଙ୍କୁ ଉପଯୁକ୍ତ ଭିତ୍ତିଭୂମି, କ୍ଷତି ପୂରଣ, ସୁରକ୍ଷା ଭତ୍ତା ଓ ଧାନର ଅଭାବୀ ବିକ୍ରି ଆଦିକୁ ନେଇ ନବନିର୍ମାଣ କୃଷକ ସଂଗଠନର ଶହ ଶହ ଚାଷୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣ ବିକ୍ଷୋଭ କରିଛନ୍ତି। ଟାଣ ଖରାରେ ବସିଛନ୍ତି ଶତାଧିକ ଚାଷୀ। ସଂପୃକ୍ତ ଅଞ୍ଚଳରେ ବ୍ୟାପକ ପୁଲିସ ଫୋର୍ସ ମୁତୟନ କରାଯାଇଛି।

ଚାଷୀମାନେ ସେମାନଙ୍କ ଦାବିରେ ପ୍ରବାସୀ ଶ୍ରମିକ ଚାଷୀ ପରିବାରକୁ ୫ ହଜାର ଟଙ୍କାର ମାସିକ ଭତ୍ତା ଦାବି କରିଛନ୍ତି। ଖରିଫ ଚାଷ ପାଇଁ ଜୁନ୍ ମାସ ଶେଷ ସପ୍ତାହରେ ଖେତକୁ ପାଣି ଦେବା, କୃଷିଭିତ୍ତିକ ବହୁମୁଖୀ ଶିଳ୍ପ ପ୍ରତିଷ୍ଠା, ଶୀତଳ ଭଣ୍ଡାର, ବନ୍ଦ ପଡ଼ିଥିବା ଶାରଳା ସୂତାକଳକୁ ଚାଲୁ କରିବା ଆଦି ଦାବି ମଧ୍ୟ ଚାଷୀମାନଙ୍କ ପକ୍ଷରୁ ହୋଇଛି।

ସମ୍ବନ୍ଧିତ ଖବର