ଏରସମା: ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ ଅନ୍ତର୍ଗତ ବାମଦେଇପୁର ପଞ୍ଚାୟତର ଛତ୍ରକନ୍ଧା ଗ୍ରାମରେ ଭୟାବହ ଅଗ୍ନିକାଣ୍ଡ ଘଟିଯାଇଛି। ଅଗ୍ନିକାଣ୍ଡରେ ପାଞ୍ଚଟି ପରିବାରର ପ୍ରାୟ ଆଠ ବଖରା ଘର ଜଳିପୋଡି ପାଁଉଶ ହୋଇଯାଇଛି। ପାଞ୍ଚଟି ପରିବାର ନିମିଷକ ମଧ୍ୟରେ ସର୍ବସ୍ବାନ୍ତ ହୋଇଥିବା ଜଣାପଡ଼ିଛି। ସର୍ଟ ସର୍କିଟରୁ ଏହି ଅଗ୍ନିକାଣ୍ଡ ଘଟିଥିବା କୁହାଯାଇଛି। ଅଗ୍ନିକାଣ୍ଡରେ ଛତ୍ରକନ୍ଧା ଗ୍ରାମର ଦିଲ୍ଲୀପ ମହାନ୍ତିଙ୍କ ଦୁଇ ବଖରା ଚାଳ ଘର ମୋନାଲିସା ମହାନ୍ତିଙ୍କ ଦୁଇ ବଖରା ଚିତ୍ତରଞ୍ଜନ ମହାନ୍ତିଙ୍କ ଦୁଇ ବଖରା ଓ ବିଭୁରଂଜନ ମହାନ୍ତିଙ୍କ ଏକ ବଖରା ଓ ଶ୍ରୀଧର ରାଉତଙ୍କ ଏକ ବଖରା ଚାଳ ବଖରା ପୋଡ଼ି ପାଁଉ ହୋଇଯାଇଛି।
ପାଞ୍ଚ ପରିବାରଙ୍କ ଦଶ ଲକ୍ଷରୁ ଉର୍ଦ୍ଧ୍ବ ଆସବାବପତ୍ର ପୋଡ଼ି ପାଁଉଶ ହୋଇଯାଇଛି। ଗୋଟିଏ ବାଛୁରୀ ଜିଅନ୍ତା ଦଗ୍ଧ ହୋଇଥିବା ବେଳେ ଗୋଟିଏ ଗାଈ ପୋଡ଼ି ହୋଇଯାଇଛି । ରାତି ଦୁଇଟାରେ ଅଗ୍ନିକାଣ୍ଡ ଘଟିଥିବାରୁ ଗ୍ରାମବାସୀମାନେ ଏକାଠି ହୋଇ ଅଗ୍ନିକାଣ୍ଡକୁ ଆୟତ୍ତ କରିଥିଲେ। ବାମଦେଇପୁର ସରପଞ୍ଚ ବୈଜୟନ୍ତୀ ମହାନ୍ତି, ସମିତିସଭ୍ୟ ବିକ୍ରମ ମହାପାତ୍ର ଅଗ୍ନିବିପନ୍ନ ପରିବାରକୁ ଶୁଖିଲା ଖାଦ୍ୟ ଦେଇଥିଲେ।
ବାଲିତୁଠ ସରପଞ୍ଚ ପ୍ରଫୁଲ୍ଲ ଦାସ, ଏରସମା ବ୍ଲକ ଉପାଧ୍ୟକ୍ଷ ବିକାଶ ପରିଡ଼ା, ବାମଦେଇପୁର ପଞ୍ଚାୟତ ବିଜୁ ଜନତା ଦଳର କାର୍ଯ୍ୟକାରୀ ସଭାପତି କିଶୋର ଚନ୍ଦ୍ର ସାମନ୍ତରାୟ , ବାମଦେଇପୁର ନାଏବ ସରପଞ୍ଚ କାଳନ୍ଦୀ ସ୍ୱାଇଁ, ଜ୍ୟୋତିପ୍ରକାଶ ମହାନ୍ତି, ମନୋରଞ୍ଜନ ପଲ୍ଲେଇ, ଆଲୋକ ପଲ୍ଲେଇ ଅଗ୍ନି ପରିବାରକୁ ଭେଟି ସମବେଦନା ଜଣାଇଥିଲେ। ଏରସମା ତହସିଲଦାର ଚୈ।ଧୁରୀ ପ୍ରଜ୍ଞାନନ୍ଦ ଦାସ ଜରି ପାଲ ସ୍ଥାନୀୟ ଆରଆଇଙ୍କ ହାତରେ ପଠାଇଥିଲେ। ଅଗ୍ନିବିପନ୍ନଙ୍କୁ ତୁରନ୍ତ ସରକାରୀ ସହାୟତା ଯୋଗାଇ ଦେବାକୁ ଛତ୍ରକନ୍ଧା ଗ୍ରାମବାସୀମାନେ ଦାବି କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/08/Untitled-35.png)