ପାରାଦୀପ: ବ୍ୟାଙ୍କରେ ଅଗ୍ନିକାଣ୍ଡ, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ

ପାରାଦୀପ: ପାରାଦୀପଗଡ଼ ନିକଟରେ ଥିବା ପଞ୍ଜାବ ଆଣ୍ଡ ସିନ୍ଧ ବ୍ୟାଙ୍କରେ ଶନିବାର ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡରେ ୫ଟି କମ୍ପ୍ୟୁଟର, ଚେୟାର, ଟେବୁଲ ସହ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଯାଇଥିବା ସୂଚନା ମିଳିଛି। ହଠାତ ବ୍ୟାଙ୍କ ଭିତରେ ସର୍ଟସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ଘଟି ବ୍ୟାପକ କ୍ଷତି ହୋଇଥିବା ଜଣାପଡ଼ିଛି।

ବ୍ୟାଙ୍କରେ ଅଗ୍ନିକାଣ୍ଡ ଘଟିବା ପରେ ପାରାଦୀପ ଓ କୁଜଙ୍ଗରୁ ୨ଟି ଦମକଳ ଗାଡ଼ିରେ ଆଗ୍ନିକମାନେ ପହଞ୍ଚି ନିଅାଁ ଲିଭାଇବାକୁ ଉଦ୍ୟମ କରିଛନ୍ତି। ଆଜି ଦ୍ୱିତୀୟ ଶନିବାର ଯୋଗୁଁ ବ୍ୟାଙ୍କ ଛୁଟି ଥିବା ବେଳେ ବ୍ୟାଙ୍କ ଭିତରୁ ଧୂଅାଁ ବାହାରୁଥିବା ସ୍ଥାନୀୟ ଲୋକେ ଦେଖିଥିଲେ। ସେମାନେ ଅଗ୍ନିଶମ ବିଭାଗକୁ ସୂଚନା ଦେଇଥିଲେ। ଏହି ଘଟଣାରେ ଗୋଟିଏ ପ୍ରିଣ୍ଟର, ୩ ଟି ବ୍ୟାଟେରୀ, ଚେୟାର, କମ୍ପ୍ୟୁଟର ଆଦି ପୋଡି ପାଉଁଶ ହୋଇଯାଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର