ଜଗତସିଂହପୁର: ତେନ୍ଦୁଆ ଗାଁରେ ଯୁବକଙ୍କୁ ଗୁଳିମାଡ଼, ବାଇକ୍‌ରେ ଆସି ଗୁଳି କଲେ ୫ ଯୁବକ

ଜଗତସିଂହପୁର: ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବାଇକ୍‌ରେ ୫ ଜଣ ଦୁର୍ବୃତ୍ତ ଆସି ଜଣେ ଯୁବକଙ୍କୁ ଗୁଳି କରିଛନ୍ତି। ଏହି ଗୁଳିକାଣ୍ଡ ଘଟଣାରେ ଜଗତସିଂହପୁର ଟାଉନ ଥାନା ଅନ୍ତର୍ଗତ ତେନ୍ଦୁଆ ଗାଁର ଯୁବକ ଦିବ୍ୟସ୍ୱରୂପ ସାହୁ ଗୁରୁତର ଆହତ ହୋଇଛନ୍ତି। ଦିବ୍ୟସ୍ୱରୂପଙ୍କ ବାମ ଗୋଡ଼ରେ ଗୁଳି ବାଜିଛି। ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଅବସ୍ଥା ସଙ୍କଟାପନ୍ନ ହେବାରୁ କଟକ ବଡ଼ମେଡିକାଲ ସ୍ଥାନାନ୍ତର କରାଯାଇଛି।

ମିଳିଥିବା ସୂଚନା ଅନୁସାରେ ତେନ୍ଦୁଆ ଗ୍ରାମର ଦିବ୍ୟସ୍ୱରୂପ ଆଜି ଅପରାହ୍ନରେ ଘରେ ଥିବା ବେଳେ ୩ଟି ବାଇକରେ ୫ଜଣ ଯୁବକ ପହଞ୍ଚି ଥିଲେ। ଏହା ପରେ ଟଙ୍କା ପଇସାକୁ କେନ୍ଦ୍ର କରି ଦିବ୍ୟସ୍ୱରୂପ ଓ ବାଇକ୍‌ରେ ଆସିଥିବା ୫ଜଣ ଯୁବକଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ପରେ ବିବାଦ ବଢ଼ିଥିଲା। ପୂର୍ବରୁ ଟାର୍ଗେଟ କରି ଆସିଥିବା ଯୁବକମାନେ ଦିବ୍ୟସ୍ୱରୂପଙ୍କୁ ଗୁଳି କରି ଘଟଣାସ୍ଥଳକୁ ଫେରାର ହୋଇଯାଇଥିଲେ। ସୂଚନା ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍‌ ଆରମ୍ଭ କରି ଦେଇଛି।

ସମ୍ବନ୍ଧିତ ଖବର