ଫୁଲଚାଷ ଦେଲା ନୂତନ ପରିଚୟ; ନିଜେ ସ୍ବାବଲମ୍ବୀ ହେବା ସହ ୮ ଜଣଙ୍କୁ ରୋଜଗାର ଦେଲେ ସଞ୍ଜୟ

ରଘୁନାଥପୁର: ଫୁଲଚାଷ ଆଣିଦେଲା ଯୁବକଙ୍କୁ ଏକ ନିଆରା ପରିଚୟ। ପୁରଣ ଗ୍ରାମର ସଂଜୟ କୁମାର ନାୟକ ପାଲଟିଛନ୍ତି ଜଣେ ସଫଳ ଫୁଲଚାଷୀ। ଅଜିର ଯୁବପିଢି ଏହି ଫୁଲଚାଷ ଦ୍ବାରା ସ୍ବାବଲମ୍ବୀ ହେବା ସହ ଅନ୍ୟମାନଙ୍କୁ ରୋଜଗାରକ୍ଷମ କରାଇବା ଦିଗରେ ସହାୟତା କରି ସ˚ଜୟ ସ୍ଥାନୀୟ ଅ˚ଚଳରେ ଉଦାହରଣ ପାଲଟିଛନ୍ତି। ଫୁଲ ଚାଷ ମଧ୍ୟ ଏକ ଲାଭଦାୟକ ଚାଷ ବୋଲି ସେ ପ୍ରମାଣିତ କରିଦେଇଛନ୍ତି।
ପ୍ରଥମେ ପାଞ୍ଚ ଗୁଣ୍ଠ ବିଲରୁ ଚାଷ କାର୍ଯ୍ୟ ଆରମ୍ଭ କରିଥିବା ସ˚ଜୟ ଏବେ ୨ ଏକର ଜମିରେ ଫୁଲ ଚାଷ କରୁଛନ୍ତି। ୫ ବର୍ଷ ହେବ ଏହି ଫୁଲ ଚାଷକୁ ଆପଣାଇ ସେ ଦୈନିକ ୩ ହଜାରରୁ ୪ ହଜାର ଟଙ୍କା ଉପାର୍ଜନ କରିବା ସହ ୮ ଜଣ ପିଲାଙ୍କୁ ରୋଜଗାର ଦେଉଛନ୍ତି। ବୁଦା କନିଆର, ଗେଣ୍ତୁ, କୁସୁମ, କେଳି କୁସୁମ, ଚେରି ଆଦି ବିଭିନ୍ନ ପ୍ରକାରର ଫୁଲ ଚାଷ କରୁଛନ୍ତି।

ଫୁଲର ଚାହିଦା କଟକ- ଭୁବନେଶ୍ବର ଭଳି ସହର ସ୍ଥାନମାନଙ୍କରେ ଅଧିକ ଥିବାରୁ ଫୁଲ ବିକ୍ରି ଉଦ୍ଦେଶ୍ୟରେ ଫୁଲ ପଠାଯାଉଛି। ଲୋକଙ୍କ ଚାହିଦାକୁ ଆଖିଆଗରେ ରଖି ବର୍ଷର ସବୁ ଋତୁରେ ଫୁଲଗଛ ଲଗାଇ କିପରି ଫୁଲ ଯୋଗାଇ ହେବ ସେଥିପ୍ରତି ଧ୍ୟାନ ଦିଆଯାଉଛି। ବୁଦା କନିଅର, ମନ୍ଦାର ଆଦି ଫୁଲ ବର୍ଷସାରା ଫୁଟୁଥିବା ସହ ଏହାର ରକ୍ଷଣାବେକ୍ଷଣ ପାଇଁ କମ୍‌ ସମୟ ଦେବାକୁ ପଡୁଥିବାରୁ ଏହି ଫୁଲ ଚାଷକୁ ଗୁରୁତ୍ବ ଦିଆଯାଉଛି। ସାର କିମ୍ବା କୌଣସି ରାସାୟନିକ ପଦାର୍ଥ ବ୍ୟବହାର ନ ହୋଇ ଏଠାରେ ଫୁଲ ଚାଷ କରାଯାଉଛି। ତେଣୁ ଫୁଲର ଦର ଉଚ୍ଚା ରହୁଛି ଓ ବର୍ଷ ତମାମ ଫୁଲ ଯୋଗାଇ ଦିଆଯାଉଥିବାରୁ ପ୍ରଦିଦିନ ବେପାରୀଙ୍କ ଭିଡ ପରିଲକ୍ଷିତ ହେଉଛି।

Sambad

ସ˚ଜୟଙ୍କ କହିବା ମୁତାବକ ମାଟ୍ରିକ ପରୀକ୍ଷା ଦେବା ପରେ ସେ ବେକାର ହୋଇ ବୁଲୁଥିଲେ। ଚାକିରି ନଥିଲା କି ପାଖରେ ପଇସା ନଥିଲା ଖର୍ଚ୍ଚ କରିବାକୁ। ରୋଜଗାର ପାଇଁ ପନ୍ଥା ଖୋଜୁଥିବା ବେଳେ ଫୁଲ ଚାଷ କରିବାକୁ ସ୍ଥିର କଲି। ପ୍ରଥମେ ଦୀର୍ଘ ଦିନରୁ ପଡିଆ ପଡିଥିବା ୫ ଗୁଣ୍ଠ ଚାଷ ଜମିରେ ୩ ହଜାର ଟଙ୍କା ଯୋଗାଡ କରି ଫୁଲ ଚାଷ ଆରମ୍ଭ କଲି। ଫୁଲଚାଷରେ ଭଲ ରୋଜଗାର ହେବାରୁ ଏହି ଚାଷ ଆଗକୁ ବଢାଇବାକୁ ଚେଷ୍ଟା କଲି। ପରେ ପରେ ୨ଏକର ଜମିରେ ଫୁଲ ଚାଷ କଲି। କରୋନା ପାଇଁ ଫୁଲ ବେପାର ଉପରେ ପ୍ରଭାବ ପଡିଥିଲା। ବର୍ତମାନ ଶୀତ ପାଇଁ ଫୁଲ ଦର ବଢିଛି। ଅବଶ୍ୟ ଫୁଲର ଚାହିଦା ସାମାନ୍ୟ କମିଛି। ମାସକୁ ୧ ରୁ ୨ ଲକ୍ଷ ଟଙ୍କାର ଫୁଲ ବକ୍ରି ହେଉଥିବା ବେଳେ ୮ଜଣ କର୍ମଚାରୀ ଫୁଲ ଚାଷ ପାଇଁ ନିୟୋଜିତ ହୋଇଛନ୍ତି। ଫୁଲ ଚାଷ ଏକ ଲାଭଦାୟକ ଚାଷ ଆଜିର ଯୁବପିଢି ଏହି ବୃତ୍ତିକୁ ଆପଣାଇ ବେଶ୍‌ ଦି ପଇସା କମାଇବେ ବୋଲି ସ˚ଞ୍ଜୟ କହିଛନ୍ତି।

ସମ୍ବନ୍ଧିତ ଖବର