ଜଗତସିଂହପୁର: ଜଗତସିଂହପୁର ଜିଲ୍ଲାର ତିର୍ତୋଲ ବ୍ଲକ କନକପୁର ପଞ୍ଚାୟତ କୋଷ୍ଠୀମାଲିକାପୁର ଓ ସରଦୋଳା ଜେନା ସାହି ୬ ଦିନ ହେଲା ପାଣି ଘେରରେ ରହିଛି। ୧୬ଟି ପରିବାରକୁ ଏ ପର୍ଯ୍ୟନ୍ତ ରିଲିଫ୍ ମିଳିନାହିଁ। ଗାଁ ପାଖ ରାସ୍ତାର ଗୋଟିଏ ପାର୍ଶ୍ୱରେ ବର୍ଷା ପାଣି ନିଷ୍କାସନ ନ ହେବା ଫଳରେ ଧାନଗଛ ପଚି ନଷ୍ଟ ହୋଇଯାଇଛି।
ଆର ଆଇ ସେହି ଗାଁକୁ ଯାଇ ସର୍ଭେ କରିଥିଲେ। କିନ୍ତୁ ରନ୍ଧା ଖାଦ୍ୟ କିମ୍ବା ଶୁଖିଲା ଖାଦ୍ୟ ସହାୟତା ମିଳିନାହିଁ। କଚା ଘର ଭାଙ୍ଗି ଯାଇଥିବାରୁ କସ୍ତୁରୀ ଜେନା, ସୁବଳ , ରବୀନ୍ଦ୍ର, ଗୀତା, ହେମନ୍ତ, ରମେଶ, ଝୁନା, ଆକାଶ, ସରଳା ଜେନା, କାଳନ୍ଦୀ ଘଡେଇ, ସଞ୍ଜୟ, ଅଜୟ ଘଡେଇ ଓ ନିଲୁ ଗୋଛୟତଙ୍କ ଘର ଆଂଶିକ ଭାଙ୍ଗିଛି