ଜଗତସିଂହପୁର: ଷ୍ଟଣ୍ଟ କରୁଥିବା ବେଳେ ହସିଦେଲେ, ଛୁରାମାଡ଼ରେ ୪ ପଥଚାରୀ ଆହତ

ପାରାଦୀପ: ମେରାଇନ୍‌ ଡ୍ରାଇଭ୍‌ ରୋଡ୍‌ରେ ଗୁରୁବାର ଷଷ୍ଟ କରୁଥିବା ବେଳେ ହସି ଦେବାରୁ ଯୁବକମାନେ ୪ ଜଣ ପଥଚାରୀଙ୍କୁ ଛୁରାମାଡ଼ କରିଛନ୍ତି। ସୂଚନା ଅନୁସାରେ ମେରାଇନ୍‌ ଡ୍ରାଇଭ୍‌ରେ ଆଜି ୪ ଜଣ ଯୁବକ ବାଇକ୍‌ରେ ଷ୍ଟଣ୍ଟ କରୁଥିଲେ। ଏହି ସମୟରେ ସେମାନେ ପଡ଼ିଯାଇଥିଲେ। ଯୁବକମାନେ ତଳେ ପଡ଼ିଯିବା ଦେଖି ଏହି ରାସ୍ତାରେ ଯାଉଥିବା ୪ ଜଣ ଯୁବକ ହସି ଦେଇଥିଲେ। ଏହା ପରେ କଳହ ଆରମ୍ଭ ହୋଇ ଯାଇଥିଲା। ଆଠ ଜଣ ଯୁବକଙ୍କ ମଧ୍ୟରେ କିଛି ସମୟ ପାଇଁ ଯୁକ୍ତି ତର୍କ ହୋଇଥିଲା। ଏହା ପରେ ବାଇକ ଚାଳକମାନେ ପଥଚାରୀଙ୍କୁ ଛୁରା ଆକ୍ରମଣ କରିଥିଲେ।

ସୂଚନା ପାଇ ପୁଲିସ ଘଟଣାସ୍ଥଳକୁ ପହଂଚିଛି। ଆହତମାନଙ୍କୁ ପାରାଦୀପ ପୋର୍ଟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପୁଲିସ ଘଟଣାର ତଦନ୍ତ କରୁଛି।

ସମ୍ବନ୍ଧିତ ଖବର