ପେଟ୍ରୋଲ ପମ୍ପରେ ଗୁଳିମାଡ଼ : ଅଳ୍ପକେ ବର୍ତ୍ତିଲେ ମାଲିକ

ଜଗତସିଂହପୁର ଟାଉନ୍‌ : ଆଜି ସନ୍ଧ୍ୟା ୭ଟାରେ ଆଳିପିଙ୍ଗଳସ୍ଥିତ ଏକ ପେଟ୍ରୋଲ ପମ୍ପରେ ଗୁଳି ମାଡ଼ ହୋଇଛି। ପେଟ୍ରୋଲ ପମ୍ପ ମାଲିକ ସୁଧାଂଶୁ ଦାସ ଗୁଳିମାଡ଼ରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଏ ନେଇ ସେ ଜଗତସିଂହପୁର ଥାନାରେ ଅଭିଯୋଗ କରିବା ପରେ ପୁଲିସ ଘଟଣାର ତଦନ୍ତ ଚଳାଇଛି।

ମିଳିଥିବା ସୂଚନା ଅନୁସାରେ, ଆଜି ସନ୍ଧ୍ୟାରେ ଆଳିପିଙ୍ଗଳ ଶାଳଙ୍ଗାର ସୂର୍ଯ୍ୟ ସ୍ୱାଇଁ ଏବଂ ଶିଶିର ନାମକ ଦୁଇ ଜଣ ଯୁବକ ଏସ୍‌ଆର୍‌ ପେଟ୍ରୋଲ ପମ୍ପରେ ତେଲ ପକାଉଥିଲେ। ଏହି ସମୟରେ ସେମାନେ ପେଟ୍ରୋଲ ପମ୍ପ କର୍ମଚାରୀଙ୍କୁ ଧମକାଇଥିଲେ। ଏକ ମୋବାଇଲ୍‌ ଫୋନ୍‌ ରଖି ଦୁଇ ହଜାର ଟଙ୍କା ଦିଅ ବୋଲି କହିଥିଲେ। ଏ ସମ୍ପର୍କରେ କର୍ମଚାରୀମାନେ ମାଲିକ ଶ୍ରୀ ଦାସଙ୍କୁ ଫୋନ୍‌ କରି ଜଣାଇଥିଲେ। ମାଲିକ ଆସିବା ପରେ ଉକ୍ତ ଯୁବକଙ୍କ ସହ ବଚସା ହୋଇଥିଲା। ଏହି ସମୟରେ ବନ୍ଧୁକ ବାହାର କରି ଦୁଇ ଯୁବକ ଶ୍ରୀ ଦାସଙ୍କ ଉପରକୁ ଗୁଳି ଚଳାଇଥିଲେ। ତେବେ ଶ୍ରୀ ଦାସ ଅଳ୍ପକେ ବର୍ତ୍ତି ଯାଇଥିଲେ। ଗୁଳିଟି ତାଙ୍କ ଦେହରେ ନ ବାଜି ପାଚେରିରେ ବାଜିଥିଲା।

ସମ୍ବନ୍ଧିତ ଖବର