କୁଜଙ୍ଗ: ଗତକାଲି ବିଳମ୍ବିତ ରାତିରେ କୁଜଙ୍ଗ ଥାନା ବାଲିଆ ପଞ୍ଚାୟତର ପାନପଲ୍ଲୀ ଗ୍ରାମରେ ଅଗ୍ନିକାଣ୍ଡ ଘଟି ଦୁଇଟି ପରିବାରର ୫ବଖରା ଘର ପୋଡ଼ି ପାଉଁଶ ହୋଇଯାଇଛି। ରାତି ପ୍ରାୟ ୨ଟା ସମୟରେ ଆକସ୍ମିକ ଭାବେ ଏହି ଅଗ୍ନିକାଣ୍ଡ ଘଟିଥିଲା । ଏଥିରେ ଗ୍ରାମର ମହେନ୍ଦ୍ର ଦାସଙ୍କ ୨ବଖରା ଏବଂ ପଡ଼ୋଶୀ ଆୟୁଷ୍ମାନ ସାହୁଙ୍କ ୩ବଖରା ଘର ସମ୍ପୂର୍ଣ୍ଣ ଜଳିଯାଇଥିଲା। ଆୟୁଷ୍ମାନ ସାହୁଙ୍କ ଗୋଟିଏ ଗାଈ ମଧ୍ୟ ଏହି ନିଆଁରେ ଜିଅନ୍ତା ଜଳି ଯାଇଥିଲା। ନିଆଁରେ ଏହି ଦୁଇଟି ପରିବାରର ସମସ୍ତ ଗୃହ ଉପକରଣ ଏବଂ ଅନ୍ୟାନ୍ୟ ସାମଗ୍ରୀ ଜଳି ପାଉଁଶ ହୋଇଯାାଇଛି। ଖବର ପାଇ ତହସିଲଦାର ବାସୁଦେବ ଶତପଥୀ, ବିଡିଓ ବିଷ୍ଣପ୍ରସାଦ ଆଚାର୍ଯ୍ୟ, ପଞ୍ଚାୟତ ସମିତି ଅଧ୍ୟକ୍ଷ ସ୍ମୃତିରଞ୍ଜନ ବେହେରା ପ୍ରମୁଖ ଘଟଣାସ୍ଥଳକୁ ଯାଇ କ୍ଷୟକ୍ଷତିର ଆକଳନ କରିଛନ୍ତି। ଏହି ପରିବାରକୁ ତୁରନ୍ତ ସରକାରୀ ସହାୟତା ପ୍ରଦାନ କରିବାକୁ କୁଜଙ୍ଗ ବ୍ଳକ ବିଜେଡି ସଭାପତି ଚିତ୍ତରଞ୍ଜନ ମିଶ୍ର ଓ ପ୍ରଭାସ ଗୋଚ୍ଛାୟତ ଦାବି କରିଛନ୍ତି।
ଅଗ୍ନିକାଣ୍ଡରେ ୫ବଖରା ଜଳିଗଲା
/sambad/media/post_attachments/wp-content/uploads/2018/02/burning_village.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)