ଏରସମା: ଏରସମା ବ୍ଲକ ଅନ୍ତର୍ଗତ ବାମଦେଇପୁର ପଞ୍ଚାୟତ କଙ୍କରଦିଆ ଗ୍ରାମରେ ୨ ଜଣ ମହିଳାଙ୍କୁ ବିଲୁଆ ଆକ୍ରମଣ କରିଥିବା ବେଳେ ଜଣେ ପୁରୁଷ ବିଲୁଆ ଆକ୍ରମଣରୁ ଅଳ୍ପକେ ବର୍ତ୍ତି ଯାଇଥିଲେ । ସୂଚନାଯୋଗ୍ୟ କି ସଂଧ୍ୟା ସମୟରେ କଙ୍କରଦିଆ ଗ୍ରାମର ପୁଷ୍ପଲତା ପ୍ରଧାନ ନିଜର ବାଡି ଆଡକୁ ଯାଇଥିବା ବେଳେ ହଠାତ୍ ତାଙ୍କ ଆଡକୁ ବିଲୁଆଟି ଦୌଡ଼ି ଆସି ତାଙ୍କୁ ଆକ୍ରମଣ କରିଥିଲା ଫଳରେ ତାଙ୍କର ଦୁଇ ଜଘଂରୁ ରକ୍ତସ୍ରାବ ହେଇଥିଲା ।
ସେହିପରି ସନ୍ଧ୍ୟାରେ ମନୋରମା ସୂତାରଙ୍କ ନିଜର ଚଉରା ମୂଳରେ ସନ୍ଧ୍ୟା ଧୂପ ଦେଉଥିବା ଦେଉଥିବା ସମୟରେ ତାଙ୍କୁ ମଧ୍ୟ ଆକ୍ରମଣ କରି ତାଙ୍କ ଜଂଘରେ କ୍ଷତ କରିଥିଲା ଏବଂ ଆଉ ଜଣେ ପୁରୁଷ ସତ୍ୟାନନ୍ଦ ପୁହାଣ ମଧ୍ୟ ବାଟରେ ଯାଉଥିବା ସମୟରେ ତାଙ୍କୁ ମଧ୍ୟ ଆକ୍ରମଣ ପାଇଁ ଉଦ୍ୟମ କରୁଥିବା ସମୟରେ ସେ ମଧ୍ୟ ବିଲୁଆ କବଳରୁ ଅଳ୍ପକେବର୍ତ୍ତି ଯାଇଥିଲେ । ସ୍ଥାନୀୟ ଲୋକମାନେ ଯାହା କହିବା କଥା ବିଲୁଆଟି ପାଗଳା ହେଇ ନିଜର ମାନସିକ ଭାରସାମ୍ୟ ହରାଇ ଏଭଳି କାଣ୍ଡ ଭିଆଉଛି । ଯାହାକୁ ନେଇ ଆତଙ୍କିତ ଅବସ୍ଥାରେ ଗ୍ରାମବାସୀ ।
ଛୋଟ ଛୁଆ କି କୌଣସି ବ୍ୟକ୍ତି ପଦାରେ ବୁଲିବାକୁ ଡରୁଛନ୍ତି । ବିନା କାରଣରେ ବିଲୁଆ ଆକ୍ରମଣରେ ଶିକାର ହେବେ ବୋଲି ମନରେ ଛନକା ପଶି ଯାଇଥିଲା । ଲୋକମାନେ ବିଲୁଆଟିକୁ ଘଉଡାଇଥିଲେ ଫଳରେ ବିଲୁଆଟି ଲୋକମାନଙ୍କ ବାଡି ଆଡ଼କୁ ପଶିଯାଇଥିଲା । ରାତି ହେବା କାରଣରୁ ବିଲୁଆଟି ଲୁଚି ଯାଇଥିଲା । ତେବେ ତୁରନ୍ତ ସ୍ଥାନୀୟ ପରେଷ୍ଟର ବିଲୁଆଟିକୁ ଧରି କାବୁ କରିବା ପାଇଁ ଗ୍ରାମର କୁଞ୍ଜବିହାରି ରାଉତ, ଦିବାକାର ପଲେଇ, ଘନଶ୍ୟାମ ପୁହାଣ,ଅର୍ଜୁନ ନାୟକ,ପ୍ରହଲାଦ ଖଟୁଆ,ବାବୁରାମ ଦଳାଇ,କପିଳେନ୍ଦ୍ର ପ୍ରଧାନ, ବିକ୍ରମ କିଶୋର ରାଉତରାୟ,ଅନିରୁଦ୍ଧ ସାହୁ,କ୍ଷିରୋଦ ପ୍ରଧାନ ପ୍ରମୁଖଙ୍କ ତରଫରୁ କୁହାଯାଇଛି। ଏ ନେଇ ମଧ୍ୟ ବାଲିତୁଠ ଫରେଷ୍ଟର ପଦ୍ମନାଭ ରାଉତଙ୍କୁ ମଧ୍ୟ ଅବଗତ କରାଯାଇଥିଲା । ଶୀଯୁକ୍ତ ରାଉତ ସକାଳେ ଯାଇ ସେ ବିଲୁଆଟିକୁ କାବୁ କରିବେ ବେଲି ପ୍ରକାଶ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/18/2025-07-18t125305434z-495579873_4103788763196742_5280183960216432299_n-2025-07-18-18-23-05.jpg)
/sambad/media/media_files/2025/10/15/new-project-8-2025-10-15-22-33-55.jpg)