ବାଲିକୁଦା: ଦୁଇବର୍ଷ ତଳେ ବାଲିକୁଦା ଥାନା ଅନ୍ତର୍ଗତ ସଂଗ୍ରାମପୁର ପଞ୍ଚାୟତ ଖମ୍ବାକୁଳସ୍ଥିତ ନୃସିଂହନାଥଜିଉ ମଠ ପୋଡ଼ି ଓ ଦେବୋତ୍ତର ନିରୀକ୍ଷକଙ୍କୁ ଆକ୍ରମଣ ଘଟଣାରେ ଜଗତସିଂହପୁର ଏସଡିଜେଏମ କୋର୍ଟ ୧୬ଜଣଙ୍କ ନାମରେ ଜାମିନ୍ବିହୀନ ଗିରଫ ପର୍ୱାନା ଜାରି କରିଛନ୍ତି। ସେମାନଙ୍କ ମଧ୍ୟରୁ ଅଭିଯୁକ୍ତ ସୁବାସ ଚନ୍ଦ୍ର କାଣ୍ଡି, ନରହରି ଭୋଇ, ବିଜୁ ଭୋଇ, ସନାତନ ସାହୁ, କାଳନ୍ଦୀ ସ୍ୱାଇଁ, ଜୟନ୍ତୀ ବେହେରା, ବାଇଧର ସାହୁ, ରବୀନ୍ଦ୍ର ସାହୁ, ରଘୁନାଥ ଭୋଇ, ବୈରାଗୀ ଭୋଇ, ଅନନ୍ତ ଭୋଇ, ଜଗନ୍ନାଥ ଦାସ, ବସନ୍ତ ବେହେରା, ରଘୁନାଥ ବେହେରା, କରୁଣାକର ସାମଲଙ୍କ ବିରୋଧରେ ମାନ୍ୟବର ଅଦାଲତ ଗତ ୬ ତାରିଖରେ ୱାରେଣ୍ଟ୍ ଜାରି କରିଛନ୍ତି। ସେହିପରି ଚଗଲି ସେଠୀଙ୍କ ବିରୋଧରେ ଗତ ଅଗଷ୍ଟ ୨୮ ତାରିଖରୁ ୱାରେଣ୍ଟ୍ ଜାରି ହୋଇଛି। ମାତ୍ର ଅଭିଯୁକ୍ତମାନଙ୍କୁ ପୁଲିସ ଗିରଫ କରୁ ନ ଥିବା ଅଭିଯୋଗ ହୋଇଛି।
ପ୍ରକାଶଥାଉ କି, ଗତ ୨୦୧୫ ଅକ୍ଟୋବର ୨୦ ତାରିଖରେ ନୃସିଂହନାଥଜିଉ ମଠ ସମ୍ପତ୍ତିକୁ ନେଇ କେତେକ ଦୁର୍ବୃତ୍ତ ମଠରେ ନିଆଁ ଲଗାଇ ଦେବା ସହିତ ଦେବୋତ୍ତୋର ନିରୀକ୍ଷକ ଦିନବନ୍ଧୁ ସ୍ୱାଇଁଙ୍କୁ ଆକ୍ରମଣ କରିଥିଲେ। ଏ ନେଇ ଶ୍ରୀ ସ୍ୱାଇଁ ବାଲିକୁଦା ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତିକରି ବାଲିକୁଦା ଥାନାରେ ୧୯୫/୧୫ରେ ଏକ ମାମଲା ରୁଜୁ ହୋଇଥିଲା। ସେହିପରି ଜିଆର କେସ୍ ନଂ-୧୧୬୫/୧୫ରେ ଜଗତସିଂହପୁର ଏସଡିଜେଏମ କୋର୍ଟରେ ବିଚାର ଜାରି ରହିଛି। ଏହି ମାମଲାରେ ୨୬ଜଣ ଅଭିଯୁକ୍ତ ଥିବା ଦର୍ଶା ଯାଇଥିଲା ବେଳେ ୯ଜଣ କୋର୍ଟରେ ହାଜିର ହୋଇଛନ୍ତି। ତେବେ ନମିତା ସେଠୀଙ୍କର ସମନ କୋର୍ଟକୁ ଫେରି ନ ଥିବା ଜଣାପଡ଼ିଛି।
ଖମ୍ବାକୁଳ ମଠ ପୋଡ଼ି ଓ ଦେବୋତ୍ତର ନିରୀକ୍ଷକଙ୍କୁ ଆକ୍ରମଣ ଘଟଣା:୧୬ଜଣଙ୍କ ନାମରେ ୱାରେଣ୍ଟ୍
/sambad/media/post_attachments/wp-content/uploads/2018/01/police-3.png)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)