କୁଜଙ୍ଗ: କୁଜଙ୍ଗକୁ ବିଚାର ବିଭାଗ ଜିଲ୍ଲାର ମାନ୍ୟତା ମିଳିଥିଲେ ହେଁ ଏଠାରେ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍ କୋର୍ଟ ପ୍ରତିଷ୍ଠାରେ ଅହେତୁକ ବିଳମ୍ବ ଦେଖାଦେଇଛି। ଏହି କୋର୍ଟର ଭିତ୍ତିଭୂମି ପାଇଁ ସ୍ଥାନୀୟ ପ୍ରଶାସନ ଓ କୁଜଙ୍ଗ ଓକିଲ ସଂଘ ପକ୍ଷରୁ ସବୁ ପ୍ରକାର ସହଯୋଗ କରାଯାଉଥିବା ବେଳେ ଗ୍ରାମ୍ୟ ଉନ୍ନୟନ ବିଭାଗର ସ୍ଥାଣୁତା ତଥା ସମୟ ଉପଯୋଗୀ ପଦକ୍ଷେପ ଗ୍ରହଣ କରାଯାଉ ନଥିବାରୁ ଯୋଗୁଁ କୋର୍ଟ ଖୋଲିବାେରେ ବିଳମ୍ବ ଦେଖାଯାଉଛି। ଏହାକୁ ନେଇ କୁଜଙ୍ଗର ବୁଦ୍ଧିଜୀବୀ ଓ ଓକିଲଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି।
କୁଜଙ୍ଗ ଓକିଲ ସଂଘର ସଭାପତି ଏଏନ୍ଡି ଯାଦବ, ସମ୍ପାଦକ କାର୍ତ୍ତିକଚନ୍ଦ୍ର ମହାନ୍ତି ପ୍ରମୁଖଙ୍କ ନେତୃତ୍ୱରେ ଓକିଲ ସଂଘ ଏହି କୋର୍ଟ ପାଇଁ ଆବଶ୍ୟକ ସର୍ବନିମ୍ନ ଭିତ୍ତିଭୂମି ପାଇଁ ସଂଘର କାର୍ଯ୍ୟଳୟ ଘରକୁ ପ୍ରଦାନ କରିଛି। ହେଲେ, ମାତ୍ର ଦେଢ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା ବିଚାରପତିଙ୍କ ଚ୍ୟାମ୍ବର, ସାକ୍ଷ୍ୟ ପ୍ରଦାନ ବକ୍ସ ଓ ଅନ୍ୟାନ ଆନୁସଙ୍ଗିକ ନିର୍ମାଣ ବାକି ଅଛି। ଗତବର୍ଷ ଅଗଷ୍ଟ ୧୯ତାରିଖରେ ସରକାରଙ୍କ ପକ୍ଷରୁ କୁଜଙ୍ଗରେ ଅତିରିକ୍ତ ଜିଲା ଦୌରାଜଜ୍ ପ୍ରତିଷ୍ଠା ପାଇଁ ବିଜ୍ଞପ୍ତି ପ୍ରକାଶ କରିଥିବା ବେଳେ ଏହାର କାର୍ଯ୍ୟକରିତା ନେଇ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଆବଶ୍ୟକ ପଦକ୍ଷେପ ନିଆ ଯାଉନାହିଁ। ଏହି କାରଣରୁ ଓକିଲ ସଂଘ ପକ୍ଷରୁ ବିଭାଗର ମୁଖ୍ୟଯନ୍ତ୍ରୀଙ୍କୁ ଭୁବନେଶ୍ୱରରେ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା। ହେଲେ, ଏଯାବତ୍ ତାହାର କିଛି ସୁଫଳ ମିଳିନଥିବାରୁ ଆସନ୍ତା ଶୁକ୍ରବାର ମଧ୍ୟରେ ଏହା ଉପରେ ସକାରାତ୍ମକ ପଦକ୍ଷେପ ଗ୍ରହଣ କରାନଗଲେ ସଂଘ ଆନ୍ଦେଳନକୁ ଓହ୍ଲାଇବ ବୋଲି ସଂଘର ସଭାପତି ଏଏନ୍ଡି ଯାଦବ ଚେତବାନୀ ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/01/strike-2.jpg)