/sambad/media/post_attachments/wp-content/uploads/2018/02/Gopalpur-HATYRE-USE-AUTO-225x300.jpg) ଜଗତସିଂହପୁର/ଗୋପାଳପୁର : କୁଜଙ୍ଗ ଅନରକିଲିଂ ଘଟଣାରେ ଅଟକ ରହିଥିବା ୬ ଜଣଙ୍କୁ ଆଜି ଭିନ୍ନ ଭିନ୍ନ ସ୍ଥାନରେ ଜେରା କରାଯାଇଛି। ମୃତ ଯୁବତୀଙ୍କ ଗର୍ଭପାତ କରାଯାଇଥିବା ମମତା କ୍ଲିନିକ୍ର ଡାକ୍ତର ଓ ୩ ଜଣ କର୍ମଚାରୀଙ୍କୁ ପୁଲିସ୍ ଆଜି ପଚରାଉଚରା କରିଛି। ଅନ୍ୟ ୨ଜଣ ହେଲେ ମୃତ ଯୁବତୀଙ୍କ ବାପା ଏବଂ ଜଣେ ଅଟୋଚାଳକ। ଶବ ଫୋପଡ଼ିବାରେ ବ୍ୟବହୃତ ଅଟୋକୁ ବି ପୁଲିସ୍ ଜବତ କରିଥିବା ଜଣାପଡ଼ିଛି। ଗର୍ଭପାତ ଯୋଗୁ ଯୁବତୀଙ୍କର ମୃତ୍ୟୁ ଘଟିଛି ନା ଏହା ଏକ ଅନରକିଲିଂ, ସେ ସମ୍ପର୍କରେ ପୁଲିସ୍ ଏଯାବତ୍ ସ୍ପଷ୍ଟ କରିନି।
ଜଗତସିଂହପୁର/ଗୋପାଳପୁର : କୁଜଙ୍ଗ ଅନରକିଲିଂ ଘଟଣାରେ ଅଟକ ରହିଥିବା ୬ ଜଣଙ୍କୁ ଆଜି ଭିନ୍ନ ଭିନ୍ନ ସ୍ଥାନରେ ଜେରା କରାଯାଇଛି। ମୃତ ଯୁବତୀଙ୍କ ଗର୍ଭପାତ କରାଯାଇଥିବା ମମତା କ୍ଲିନିକ୍ର ଡାକ୍ତର ଓ ୩ ଜଣ କର୍ମଚାରୀଙ୍କୁ ପୁଲିସ୍ ଆଜି ପଚରାଉଚରା କରିଛି। ଅନ୍ୟ ୨ଜଣ ହେଲେ ମୃତ ଯୁବତୀଙ୍କ ବାପା ଏବଂ ଜଣେ ଅଟୋଚାଳକ। ଶବ ଫୋପଡ଼ିବାରେ ବ୍ୟବହୃତ ଅଟୋକୁ ବି ପୁଲିସ୍ ଜବତ କରିଥିବା ଜଣାପଡ଼ିଛି। ଗର୍ଭପାତ ଯୋଗୁ ଯୁବତୀଙ୍କର ମୃତ୍ୟୁ ଘଟିଛି ନା ଏହା ଏକ ଅନରକିଲିଂ, ସେ ସମ୍ପର୍କରେ ପୁଲିସ୍ ଏଯାବତ୍ ସ୍ପଷ୍ଟ କରିନି।
ଜଗତସିଂହପର ଜିଲ୍ଳା ରଘୁନାଥପୁର ବ୍ଲକ୍ ଧଳତଙ୍ଗଡ଼ ଜଙ୍ଗଲ ନିକଟ ମୁଣ୍ଡାଳ ରାସ୍ତାକଡ଼ରୁ ଅଖା ଭିତରେ ହାତଗୋଡ଼ ବନ୍ଧା ଅବସ୍ଥାରେ ଉଦ୍ଧାର ଯୁବତୀଙ୍କ ପରିଚୟ ମିଳିବା ପରେ ପୁଲିସ ହାତରେ ଧୀରେ ଧୀରେ ଅଧିକ ପ୍ରମାଣ ଲାଗିଛି। ଏହି ଯୁବତୀ କୁଜଙ୍ଗ ଥାନା ଅନ୍ତର୍ଗତ ଅନୋଲିପାଟଣା ଗ୍ରାମର ଅଜୟ ସୂତାରଙ୍କ ଝିଅ ସିକୁ ସୂତାର (୨୨)।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/02/Gopalpur-siku-mruta-yobati.jpg)
