ପାରାଦୀପ: ପାରାଦୀପ ଲକ୍ ଥାନା ଅନ୍ତର୍ଗତ ଝିମାଣୀ ଗ୍ରାମରେ ଗୋଟିଏ ପରିବାରକୁ ନିଶା ପିଆଇ ୧୦ଲକ୍ଷ ଟଙ୍କାରୁ ଊର୍ଧ୍ବ ଗହଣା ଓ ନଗଦ ଟଙ୍କା ଲୁଟ ଅଭିଯୋଗ ହୋଇଛି। ଅଭିଯୋଗ ଅନୁଯାୟୀ ଶଶି ତରାଇଙ୍କ ଘରେ ଗତକାଲି ଭୋର୍ ସମୟରେ ୮ ରୁ ଅଧିକ ଦୁର୍ବୁତ୍ତ ଘରର ଶିଡ଼ି ଘର ଭାଙ୍ଗି ଘର ଭିତରେ ପଶିଥିଲେ।

Advertisment

ସମସ୍ତ ପରିବାର ସଦସ୍ୟଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ସମସ୍ତଙ୍କୁ ଜୋରଜବରଦସ୍ତ ନିଶା ପିଆଇ ଘରେ ଥିବା ନଗଦ ଟଙ୍କା ଓ ସମସ୍ତ ଗହଣା ଲୁଟ କରିନେଇଥିଲେ। ନିଶା ଛାଡିବା ପରେ ପରିବାର ସଦସ୍ୟ ଗ୍ରାମଲୋକଙ୍କ ସହାୟତାରେ ସ୍ଥାନୀୟ ଅଠରବାଙ୍କୀ ମେଡିକାଲକୁ ଆସି ଚିକିସ୍ଥା ହୋଇ ପାରାଦୀପ ଲକ୍ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପୁଲିସ ଶଶି ତରାଇ ଙ୍କ ଘରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।