ନରସିଂହପୁର: ନରସିଂହପୁର ଥାନା ରଣସିଂହପୁର ଗ୍ରାମର ଜଣେ ଯୁବକ ଅନୈତିକ ସମ୍ପର୍କ ରଖି ୧୪ବର୍ଷିୟା ନାବାଳିକାକୁ ଅନ୍ତଃସତ୍ତ୍ୱା କରିଥିବା ଅଭିଯୋଗ ହୋଇଛି। ଏ ନେଇ ଥାନାରେ ଏକ ମାମଲା (କେସ୍ ନଂ-୮୬/୧୮) ରୁଜୁ କରି ପୁଲିସ୍ ତଦନ୍ତ ଚଳାଇଛି। ସେହିପରି ନାବାଳିକାଙ୍କ ଡାକ୍ତରୀ ପରୀକ୍ଷା କରାଯିବା ସହ ମ୍ୟାଜିଷ୍ଟ୍ରେଟ୍ଙ୍କ ନିକଟରେ ବୟାନ ରେକର୍ଡ କରାଯାଇଥିବା ପୁଲିସ୍ ସୂଚନା ଦେଇଛି। ପୁଲିସ୍ ସୂତ୍ରରୁ ପ୍ରକାଶ ଯେ ନୟାଗଡ଼ ଜିଲ୍ଲା ଦଶପଲ୍ଲା ଥାନା ଅଞ୍ଚଳର ନାବାଳିକାଜଣକ ଦୀର୍ଘଦିନ ଧରି ନରସିଂହପୁର ଥାନା ଅନ୍ତର୍ଗତ ରଣସିଂହପୁର ଗାଁରେ ରହୁଥିଲା। ସେହି ଗ୍ରାମର ଜଣେ ଯୁବକଙ୍କ ସହ ତା’ର ଅନୈତିକ ସଂପର୍କ ଗଢ଼ି ଉଠିଥିଲା ନାବାଳିକାଜଣକ ଗର୍ଭବତୀ ହେବାରୁ ଅଭିଯୁକ୍ତ ମନ୍ଦିରରେ ବିବାହ କରିବା କହି ନୟାଗଡ଼ ଅଞ୍ଚଳକୁ ନେଇଯାଇ ଗର୍ଭପାତ କରାଇ ଦେଇଥିଲା। ପରେ ସେ ନାବାଳିକାକୁ ତା’ ଗାଁରେ ଛାଡ଼ି ଫେରାର ହୋଇଯାଇଥିଲା। ଏ ସମ୍ପର୍କରେ ନାବାଳିକାର ପରିବାର ପକ୍ଷରୁ ଗତକାଲି ଦଶପଲ୍ଲା ଥାନାରେ ଏତଲା ଦିଆଯାଇଥିଲା। ତେବେ ନରସିଂହପୁର ଅଞ୍ଚଳରେ ଏହି ଘଟଣା ଘଟିଥିବାରୁ ମାମଲା ନରସିଂହପୁର ଥାନାକୁ ହସ୍ତାନ୍ତର କରାଯାଇଥିବା ଜଣାପଡ଼ିଛି। ଏ ନେଇ ନରସିଂହପୁର ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିବା ଥାନାଧିକାରୀ ବ୍ରହ୍ମାନନ୍ଦ ଦେହୁରୀ ସୂଚନା ଦେଇଛନ୍ତି।
ନାବାଳିକା ଅନ୍ତଃସତ୍ତ୍ୱା, ଥାନାରେ ଅଭିଯୋଗ
/sambad/media/post_attachments/wp-content/uploads/2018/08/10yr-pregnant.jpg)
/sambad/media/agency_attachments/2024-07-24t043029592z-sambad-original.webp)