ବିଦେଶରେ ଓଡ଼ିଆ ଝିଅଙ୍କ କମାଲ, ଟାଏକ୍ୱୋଣ୍ଡୋରେ ଜଗତସିଂହପୁରର ପ୍ରିଶା ସ୍ୱାଇଁ ଚାମ୍ପିଅନ୍

ଜଗତସିଂହପୁର: ଆମେରିକାରେ ଓଡିଆ ଝିଅ ପ୍ରିଶା ସ୍ୱାଇଁଙ୍କ କମାଲ ଦେଖିବାକୁ ମିଳିଛି । ଆମେରିକାର ଆମାଚିଓର ଆଥଲେଟିକ ୟୁନିଅନ୍ ଆନୁକୂଲ୍ୟରେ ଆୟୋଜିତ ଟାଏକ୍ୱୋଣ୍ଡୋ ନ୍ୟାସନାଲ ଚାମ୍ପିଅନସିପରେ ପ୍ରିଶା ୬ରୁ ୭ବର୍ଷ କାଟାଗୋରିରେ ଇଣ୍ଟରମିଡିଏଟ୍ ବେଲ୍ଟ ଫିମେଲ ଓପନ ଟ୍ରାଡିସନାଲ ଫର୍ମରେ ସ୍ୱର୍ଣ୍ଣପଦକ ବିଜୟୀ ହୋଇ ଏହି ସଫଳତା ହାସଲ କରିଛନ୍ତି । ଏହାଛଡା ସେ ୱାର୍ଲ୍ଡ ଟାଏକ୍ୱୋଣ୍ଡୋ ଫର୍ମ ଓ ଅଲିମ୍ପିକ୍ ସ୍ପେୟାରିଂ କାଟାଗୋରିରେ ଦୁଇଟି ରୌପ୍ୟ ପଦକ ହାସଲ କରି ନିଜ ପ୍ରତିଭା ପ୍ରଦର୍ଶନ କରିଛନ୍ତି । ମାତ୍ର ୪ବର୍ଷରୁ ଟାଏକ୍ୱୋଣ୍ଡୋ ପ୍ରତି ଆଗ୍ରହ ରଖିଥିବା ପ୍ରିଶା ନିଜ ସ୍କୁଲରେ ଏହି ଖେଳରେ ପାରଦର୍ଶିତା ଲାଭ କରିଥିବା ବେଳେ ଭବିଷ୍ୟତରେ ଅଲିମ୍ପିକ୍ ଚାମ୍ପିଅନ୍ ହେବାକୁ ଲକ୍ଷ୍ୟ ରଖିଛନ୍ତି ।

ଜଗତସିଂହପୁର ଜିଲ୍ଲା ମଣିଜଙ୍ଗାର ମୂଳବାସିନ୍ଦା ପ୍ରତିମା ଓ କେଦାରନାଥ ସ୍ୱାଇଁଙ୍କ କନ୍ୟା । ଏମାନେ ଏବେ ଇଣ୍ଡିଆନା ରାଜ୍ୟର କଲମ୍ବସରେ ବସବାସ କରୁଛନ୍ତି । ଏହି ସଫଳତାରେ ଆଇ ବନଲତା ଓ ଅଜା କେଦାରନାଥ ପ୍ରିଶାର ଉଜ୍ଜ୍ୱଳ କାମନା କରିଛନ୍ତି

ସମ୍ବନ୍ଧିତ ଖବର