ପାରାଦୀପ: ଆଇଓସିଏଲ୍‌ ପାଇପ୍‌ ଲାଇନ୍‌ରୁ ତେଲ ଲିକ୍‌, ଚୋରୀ ସଂଦେହ

ପାରାଦୀପ: ଇଣ୍ଡିଆନ୍‌ ଅଏଲ୍‌ କର୍ପୋରେସନ ଲିମିଟେଡ (ଆଇଓସିଏଲ) ପାଇପ୍‌ ଲାଇନ୍‌ରୁ ତେଲ ଲିକ୍‌ ହେଉଥିବା ରବିବାର ଜଣାପଡ଼ିଛି। ଜଗତସିଂହପୁର ଜିଲ୍ଲାର ପାରାଦୀପ ନିକଟ ଅଠରବାଙ୍କୀ-ନେହରୁବଙ୍ଗଳା ମଝି ରାସ୍ତା ଦେଇ ଯାଇଥିବା ପାଇପ୍‌ ଲାଇନ୍‌ରୁ ତେଲ ଲିକ୍‌ ହୋଇଥିବା ସ୍ଥାନୀୟ ଲୋକେ ପ୍ରଥମେ ଦେଖିଛନ୍ତି। ଏ ମାମଲା ନେଇ ଯାଞ୍ଚ ଆରମ୍ଭ ହୋଇଥିବା ବେଳେ ଶନିବାର-ରବିବାର ରାତି ଡ୍ରିଲ୍‌ କରି ତେଲ ଚୋରୀ ହୋଇଥିବା ସନ୍ଦେହ କରାଯାଉଛି।

ଅନ୍ୟପକ୍ଷରେ ତେଲରେ ନିକଟସ୍ଥ କାଉଡିଆ ନଦୀ ଜଳ ପ୍ରଦୂଷିତ ହେବା ଆଶଙ୍କା ରହିଛି। ରାତିରେ କିଛି ଦୁର୍ବୃତ୍ତ ଡ୍ରିଲ କରି ତେଲ ଚୋରୀ କରିଥିବା ସନ୍ଦେହ ହୋଇଛି। ବିଭାଗୀୟ ଅଧିକାରୀମାନେ ଘଟଣାର ତଦନ୍ତ କରୁଥିବା ବେଳେ ତେଲରୁ ଡିଜେଲ ଗନ୍ଧ ବାହାରୁଛି।

ସମ୍ବନ୍ଧିତ ଖବର